କେବଳ ଏକ ପାନ ମସଲା ନୁହେଁ, ପାନ ମଧୁରୀର ଅଛି ଅନେକ ଔଷଧୀୟ ଗୁଣ

ଆମର ଦୈନନ୍ଦିନ ଜୀବନରେ ପାନମଧୁରୀର ବ୍ୟବହାର ଖୁବ୍‌ ସାଧାରଣ।ଆମେ ପାନ ମଧୁରୀକୁ ମସଲା ଭାବରେ ବ୍ୟବହାର କରିଥାଉ ଓ ଖାଲିରେ ଚୋବାଇ କିମ୍ବା ପାନରେ ଦେଇ ଖାଇଥାଉ । ପୁଣି ଏହା ତରକାରୀକୁ ସ୍ୱାଦିଷ୍ଟ କରିବା ପାଇଁ ବ୍ୟବହାର କରିଯାଇଥାଏ । ପାନ ମଧୁରୀର ଔଷଧୀୟ ଗୁଣ ବି ରହିଛି। ଏହା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।

Grahshri

୧୦ ଗ୍ରାମ ପାନମଧୁରୀକୁ ଭାଜି ଗୁଣ୍ଡ କରି ତା’ସହିତ ମିଶ୍ରି ମିଶାନ୍ତୁ । ଭୋଜନ ପରେ ଏବଂ ସକାଳେ ପାଣି ସହିତ ମିଶାଇ ସେବନ କରନ୍ତୁ। ଏହା କରିବା ଦ୍ୱାରା ପାଚନ ଶକ୍ତି ଠିକ୍‌ ହୋଇଯାଏ। ଛୁଆମାନଙ୍କୁ ପାଣିରେ ସିଝେଇ ପିଇବାକୁ ଦେଲେ ଅନେକ ଲାଭ ମିଳିଥାଏ। କିଛି ଲୋକଙ୍କୁ ନିଦ ହୋଇ ନ ଥାଏ। ଏପରି ସ୍ଥିତିରେ ପାନମଧୁରୀର କାଢା ପ୍ରସ୍ତୁତ କରି ସେଥିରେ କ୍ଷୀର ଏବଂ ମହୁ ମିଶାଇ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ। ରାତ୍ରି ଭୋଜନ ପରେ ଏବଂ ଶୋଇବା ପୂର୍ବରୁ ପାନ ମଧୁରୀ ଚା’ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ। ଖାଦ୍ୟ ଗ୍ରହଣ କରିସାରିବା ପରେ ଦୁର୍ଗନ୍ଧ ଦୂର କରିବା ପାଇଁ ପାନମଧୁରୀ ଖିଆଯାଏ। ପାନମଧୁରୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

ସମ୍ବନ୍ଧିତ ଖବର