ସ୍ୱାସ୍ଥ୍ୟ ପାଇଁ ଭାରଯୁକ୍ତ ବ୍ୟାୟାମ ଜରୁରୀ

ସୁସ୍ଥ ଓ ସୁନ୍ଦର ଶରୀର ପାଇଁ ଭାରଯୁକ୍ତ ବ୍ୟାୟାମ ବା େଓ୍ଵଟ୍‌ ଟ୍ରେନିଂ ଅତ୍ୟନ୍ତ ଜରୁରୀ। ଫ୍ରି-େଓ୍ଵଟ୍‌ ଟ୍ରେନିଂ ଅଧିକ ଉପଯୋଗୀ। ସତୁରି ଭାଗ ଫ୍ରି-େଓ୍ଵଟ୍‌ ଟ୍ରେନିଂ ସହ ତିରିଶ ଭାଗ ମେସିନ୍‌ ଟ୍ରେନିଂ ନେବା ଉଚିତ। ନିଜ ଶରୀରର ଅବସ୍ଥା, ଗଠନ ଓ ଆବଶ୍ୟକତା ଅନୁଯାୟୀ ଅଭିଜ୍ଞ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ, ପ୍ରଥମେ ଛଅ ସପ୍ତାହ ପାଇଁ ଏକ ବ୍ୟାୟାମ ଖସଡ଼ା ପ୍ରସ୍ତୁତ କରନ୍ତୁ। କେଉଁ ଦିନ, କେଉଁ ବ୍ୟାୟାମ, କେତେ ଥର କରିବେ, ଖସଡ଼ାରେ ରହିବ। ସାଧାରଣତଃ, ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ସମଗ୍ର ଶରୀରର ବୃହତ୍‌ ମାଂସପେଶୀଗୁଡ଼ିକ ନିମନ୍ତେ ବ୍ୟାୟାମ କରାଯାଏ। ଏହି ବେସିକ୍‌ ଟ୍ରେନିଂ ଶରୀର ଗଠନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଶରୀର ସୁଗଠିତ ହେବା ପରେ ଛୋଟ ମାଂସପେଶୀଗୁଡ଼ିକ ନିମନ୍ତେ ନିର୍ଦିଷ୍ଟ ବ୍ୟାୟାମ କରାଯାଏ। ପ୍ରତି ଦିନ ସମାନ ମାଂସପେଶୀ ନିମନ୍ତେ ଅଧିକ ଭାରଯୁକ୍ତ ବ୍ୟାୟାମ ଅନୁଚିତ।

ତେର ବର୍ଷରୁ ଅଧିକ ବୟସ୍କ ଉଭୟ ପୁରୁଷ ଓ ସ୍ତ୍ରୀ ହାତ-ଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ଭାରଯୁକ୍ତ ବ୍ୟାୟାମ କରିପାରିବେ। ଚାଲିବା-ଦୌଡ଼ିବା ଭଳି ଭାରଯୁକ୍ତ ବ୍ୟାୟାମ ମଧ୍ୟ ସମସ୍ତଙ୍କ ପାଇଁ ଆବଶ୍ୟକ। ବରଂ, ଚାଲିବା-ଦୌଡ଼ିବାଠାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ, ଏହା ଦ୍ୱାରା ସାମଗ୍ରିକ ସୁସ୍ଥତା ମିଳେ। ସର୍ବଦା ନିଜର ସର୍ବାଧିକ ସାମର୍ଥ୍ୟର ସତୁରି ଭାଗ ଭାର ଉଠାନ୍ତୁ। ହାଡ଼ ଭାଙ୍ଗିଥିଲେ, ହାର୍ନିଆ ପୀଡ଼ିତ ଥିଲେ, ମେରୁଦଣ୍ଡ ଓ ହୃତ୍‌ପିଣ୍ଡରେ ସମସ୍ୟା ଥିଲେ ଏବଂ ଉଚ୍ଚ ରକ୍ତ ଚାପ ଭୋଗୁଥିଲେ, ଭାରଯୁକ୍ତ ବ୍ୟାୟାମ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

-ଡ. ହରି ପ୍ରସାଦ ପଟ୍ଟନାୟକ(କାଟୋ), ଫୋନ୍‌: ୯୪୩୭୦୭୭୭୪୫

ସମ୍ବନ୍ଧିତ ଖବର