ଅଦା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଏଥିରେ ଥିବା ନ୍ୟୁଟ୍ରିଏଣ୍ଟସ୍ କୌଣସି ବି ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ଫାଇଦାକୁ ଲକ୍ଷ୍ୟ କରି ନୂଆଦିଲ୍ଲୀର ମହର୍ଷି ଆୟୁର୍ବେଦିକ ହସ୍ପିଟାଲର ଡାକ୍ତର ଭାନୁ ଶର୍ମା ସବୁଦିନ ଖଣ୍ଡେ ଅଦା ନିଜ ଡାଏଟ୍ରେ ସାମିଲ କରିବା ପାଇଁ କହିଛନ୍ତି । କିନ୍ତୁ ତିନି ଧରଣର ଲୋକ ଏହି ଅଦା ଖାଇପାରିବେ ନାହିଁ । କାରଣ ତାଙ୍କ ପାଇଁ କ୍ଷତିକାରକ ହୋଇପାରେ। ଯେଉଁ ମାନଙ୍କର ଏସିଡିଟି ରହିଛି, ସେମାନେ ଅଦା ଖାଇବା ଅନୁଚିତ । ଅଦା ଖାଇବା ଦ୍ୱାରା ଏସିଡିଟି ବଢିଯାଇଥାଏ । ପ୍ରଚୁର ପରିମାଣରେ ଅଦା ଖାଇବା ଦ୍ୱାରା ବ୍ଲଡ୍ସୁଗାର ଲେବଲ୍ କମି ଯାଇଥାଏ । ତେଣୁ ଡାଇବେଟିସ୍ ଥିବା ଲୋକମାନେ ଅଦା ଖାଇବା ଅନୁଚିତ ।
-ଅଦା ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲ୍ କମ୍ ହୋଇଯାଏ । ଫଳରେ ଏହା ହାର୍ଟ ପ୍ରୋବ୍ଲେମ୍ରୁ ରକ୍ଷା କରିଥାଏ ।
-ଅଦାରେ ଥର୍ମୋଜେନିକ ଏଜେଣ୍ଟସ୍ ଥାଏ । ଫଳରେ ଫ୍ୟାଟ୍ ବର୍ଣ୍ଣିଙ୍ଗ୍ ପ୍ରୋସେସ୍ କ୍ରିୟାଶୀଳ ହୋଇଥାଏ । ଓଜନ ମଧ୍ୟ କମ୍ ହୋଇଥାଏ ।
-ଅଦାରେ ଆଣ୍ଟି-ଇଂଫ୍ଳେମେଣ୍ଟରି ଗୁଣ ଥାଏ । ଯାହା ଆଣ୍ଠୁଗଣ୍ଠି ବିନ୍ଧାରୁ ମଧ୍ୟ ରକ୍ଷା କରିଥାଏ ।
– ଅଦାରେ ଫସଫରସ୍ ଥାଏ । ଫଳରେ ଦାନ୍ତ ମଧ୍ୟ ମଜଭୁତ୍ ହୋଇଥାଏ ଓ ମାଢ଼ି ସମସ୍ୟା ମଧ୍ୟ କମ୍ ହୋଇଯାଏ ।
-ଅଦା ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଥଣ୍ଡା-କାଶ ପରି ଇମ୍ଫେକ୍ସନରୁ ରକ୍ଷା କରିଥାଏ ।
-ଏଥିରେ ଆଣ୍ଟିସେପ୍ଟିକ୍ ରହିଛି । ଫଳରେ ଏହା ତ୍ୱଚା ସମସ୍ୟା ଓ ବ୍ରଣ ଦୂର ହୋଇଥାଏ ।
– ଅଦାରେ ଆଇରନ୍ ରହିଛି । ଫଳରେ ଆଇରନ୍ ଅଭାବରୁ ହୋଇଥିବା ରୋଗ ଏନିମିଆରୁ ମଧ୍ୟ ଏହା ରକ୍ଷା କରିଥାଏ ।