ଶୀତ ଦିନେ ଲୋକମାନେ ଗରମ ଅନୁଭବ ଦେବା ପାଇଁ ଚା’ ବା କଫି ପିଇଥାନ୍ତି । କିଛି ଲୋକ ନିଜ ସକାଳର ଆରମ୍ଭ ଚା’ ପିଇ ଆରମ୍ଭ କରିଥାନ୍ତି ତ କିଛି ଲୋକ କଫି ପିଇ ନିଜ ଦିନ ଆରମ୍ଭ କରିଥାନ୍ତି । କିନ୍ତୁ କଫି ପିଇବା ଦ୍ୱାରା ଓଜନ କମ ହେବା କଥା ଆପଣ କେବେ ଶୁଣିଥିଲେ କି? ଆଜ୍ଞା ହଁ!ଗ୍ରୀନ୍ କଫି ପିଇବା ଦ୍ୱାରା ଓଜନ କମ ହୋଇଥାଏ । ଯେଉଁମାନେ ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି,ସେମାନେ ଗ୍ରୀନ୍ କଫି ପିଇବା ଆରମ୍ଭ କରି ପାରିବେ । ଏହା ଓଜନ କମ କରିବା ସହ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...
୧.ଗ୍ରୀନ୍ କଫି ବିନ୍ସରେ ଆଣ୍ଟି-ଅକ୍ସିଡ଼ାଣ୍ଟର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଆସୁଥିବା ସବୁ ହାନିକାରକ ପଦାର୍ଥକୁ ଦୂର କରିବା ସହ ଶରୀରକୁ ସୁସ୍ଥ ରଖିଥାଏ ।
୨.ଗ୍ରୀନ୍ କଫି ବିନ୍ସରେ କ୍ଲୋରୋଜେନିକ୍ ଏସିଡ୍ ରହିଥାଏ । ଯାହା ଶରୀରର ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଦ୍ୱାରା ଶରୀରର କୋଷିକାଗୁଡ଼ିକ ସୁସ୍ଥ ରହିଥାଏ ।
/sambad/media/post_attachments/wp-content/uploads/2018/12/images-33-300x167.jpg)
୩. ଗ୍ରୀନ୍ କଫି ବିନ୍ସ ଟାଇପ୍-୨ ଡ଼ାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିବା ସହ ମଧୁମେହ ହେବାର ଆଶଙ୍କାକୁ କମ କରିଥାଏ ।
୪.ମଧୁମେହ ସହ ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ସହ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ହେଉଥିବା ହୃଦ୍ଘାତ, କ୍ରୋନିକ୍ କିଡ଼୍ନି ଫେଲୁୟର ଭଳି ସମସ୍ୟାକୁ ମଧ୍ୟ ଏହା ରୋକିଥାଏ ।