ଏହି ଜୁସ୍‌ ପିଇବା ଦ୍ୱାରା ମାସିକ ଧର୍ମ ସମୟରେ ହେଉଥିବା କଷ୍ଟରୁ ମୁକ୍ତି ମିଳିଥାଏ

ମାସିକ ଧର୍ମ ସମୟରେ ପେଟ ବିନ୍ଧା ହେବା ଏକ ସ୍ୱାଭାବିକ କଥା । ପ୍ରାୟତଃ ସବୁ ମହିଳାଙ୍କର ମାସିକ ଧର୍ମ ସମୟରେ ପେଟ ବିନ୍ଧା ହୋଇଥାଏ । କିଛି ଜଣଙ୍କର ଏହା ଟିକେ ଅଧିକ ହୋଇଥାଏ, ଯାହା ଫଳରେ ସେମାନେ କିଛି କାମ କରି ପାରନ୍ତି ନାହିଁ । କିଛି ଲୋକ ଏହି କଷ୍ଟକୁ ଦୂର କରିବା ପାଇଁ ଓଷଧ ସେବନ କରିଥାନ୍ତି ତ ଆଉ କିଛି ଲୋକ କଷ୍ଟକୁ ସହି ଯାଆନ୍ତି ଏବଂ କିଛି ଘରୋଇ ଚିକିତ୍ସା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଜୁସ୍‌ ବିଷୟରେ ଯାହାକୁ ପିଇବା ଦ୍ୱାରା ମାସିକ ଧର୍ମ ସମୟରେ ହେଉଥିବା କଷ୍ଟରୁ ଆରାମ ମିଳିଥାଏ ।

୧.ଡ଼ାଳିମ୍ବ ରସ :ମାସିକ ଧର୍ମ ସମୟରେ ଡ଼ାଳିମ୍ବ ରସ ପିଇବା ଦ୍ୱାରା ପେଟ ଏବଂ ଗୋଡ଼ ବିନ୍ଧାରୁ ମୁକ୍ତି ମିଳିଥାଏ । ଏହା ଶରୀରକୁ ଶକ୍ତି ଦେଇଥାଏ ।

Calorie Secrets

୨.ଆଖୁ ରସ : ମାସିକ ଧର୍ମର ପ୍ରଥମ ଦିନ ଆଖୁ ରସ ପିଇଲେ ପେଟର ଯନ୍ତ୍ରଣା ଭଲ ହେବା ସହ ଶରୀରକୁ ଆରାମ ମିଳିଥାଏ ।

HealthifyMe

୩. ତରଭୁଜ ରସ : ମାସିକ ଧର୍ମ ହେବାର ଏକ ସପ୍ତାହ ପୂର୍ବରୁ ତରଭୁଜ ରସ ପିଇବା ଦ୍ୱାରା ପେଟର ଯନ୍ତ୍ରଣା ଅନେକାଂଶରେ କମ ହୋଇଥାଏ ।

Genius Kitchen

୪. ବିଟ୍‌ ଜୁସ୍‌ : ପ୍ରତିଦିନ ସକାଳୁ ଉଠି ବିଟ୍‌ ରସ ପିଇବା ଦ୍ୱାରା ମାସିକ ଧର୍ମ ସମୟର ଯନ୍ତ୍ରଣା ହେବାର ଆଶଙ୍କା କମ ଥାଏ ।

Vegetarian – LoveToKnow
ସମ୍ବନ୍ଧିତ ଖବର