ଜିମ୍‌ ନ ଯାଇ ଓଜନ କମ କରିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଲାଉର ଜୁସ୍‌

ଲାଉର ନାଁ ଶୁଣିଲେ କିଛି ଲୋକ ନାକ ଉପରକୁ କରିବା ସହ ଖାଇବାକୁ ଇଚ୍ଛା କରନ୍ତି ନାହିଁ । କିଛି ଲୋକ ଏଥିରୁ ମିଳୁଥିବା ଫାଇଦା ଜାଣି ନଥିବାରୁ ଏହାକୁ ଖାଇବା ବିଷୟରେ ଭାବନ୍ତି ନାହିଁ । ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଧିକ ଓଜନ ବିଶିଷ୍ଟ ହୋଇଥିବା ଲୋକମାନେ ଏହାର ଜୁସ୍‌ ତିଆରି କରି ପିଇବା ଦ୍ୱାରା ଶରୀରର ଓଜନ କମ ହୋଇଥାଏ । ଆଜି ଆମେ ଆପଣଙ୍କୁ ଲାଉ ଜୁସ୍‌ରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣାଇବାକୁ ଯାଉଛୁ ।

୧.ଲାଉ ଖାଇବା ଦ୍ୱାରା ପାଚକ ତନ୍ତ୍ର ମଜବୁତ୍‌ ହୋଇଥାଏ । ଯେଉଁ ଲୋକମାନଙ୍କର ଗ୍ୟାସ୍‌ ବା କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନଙ୍କ ପାଇଁ ଲାଉ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ସପ୍ତାହକୁ ୩ଥର ଲାଉର ଜୁସ୍‌ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୨.ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି । ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଲାଉର ଜୁସ୍‌ ପିଅନ୍ତୁ ।

Related image
food.ndtv.com

୩. ଉଚ୍ଚ ରକ୍ତଚାପ ଥିବା ଲୋକମାନେ ଏହାକୁ ସେବନ କରି ପାରିବେ । କାରଣ ଏଥିରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ।
୪.ମସଲା ଜାତୀୟ ଖାଦ୍ୟ ଏବଂ ଅତ୍ୟଧିକ ମଦ ପିଇବା ଦ୍ୱାରା ଲିଭରରେ କୁପ୍ରଭାବ ପଡ଼ିଥାଏ । ଏହାକୁ ଦୂର କରିବା ପାଇଁ ଲାଉ ଏବଂ ଅଦାର ଜୁସ୍‌ ତିଆରି କରି ପିଅନ୍ତୁ ।

ସମ୍ବନ୍ଧିତ ଖବର