ଲିଚୁର ଏସବୁ ଗୁଣ ଜାଣିଲେ ଆପଣ ବି ଖାଇବେ ଲିଚୁ

ଏବେ ବଜାରରେ ଲିଚୁ ପ୍ରଚୁର ପରିମାଣରେ ମିଳୁଛି। ଆପଣ ଏହାର ସେବନ ଦ୍ୱାରା କେଉଁ ସବୁ ଫାଇଦା ହୋଇଥାଏ, ତାହା ଜାଣିଲେ,ଆପଣ ବି ଲିଚୁ ଖାଇବେ। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ….।

୧- ଲିଚୁରେ କମ୍‌ କ୍ୟାଲୋରି ଥିବା ହେତୁ ତାହା ଶରୀରର ଓଜନ ବୃଦ୍ଧି କରି ନ ଥାଏ। ୧୦୦ ଗ୍ରାମ୍‌ ଲିଚୁରେ ମାତ୍ର ୬୬ କ୍ୟାଲୋରି ରହିଛି।

୨-ଲିଚୁରେ ପ୍ରଚୁର ମାତ୍ରାରେ ଜଳ ଥିବା କାରଣରୁ ଏହା ପେଟକୁ ଆରାମ ଦେଇଥାଏ।ଠିକ୍‌ ସେହିପରି ଏଥିରେ ଥିବା ଫାଇବର୍‌ ହଜମ କ୍ରିୟାକୁ ସଠିକ୍‌ ରଖିଥାଏ।

୩-ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ଥିବା ହେତୁ ଏହାର ରୋଗ ପ୍ରତିରୋଧକ କ୍ଷମତା ଅଧିକ ବୋଲି କୁହାଯାଏ।

୪-ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ସି ଥିବା ହେତୁ ଏହା କେଶ ବୃଦ୍ଧିରେ ସହାୟକ ହୋଇଥାଏ।

Reader’s Digest

୫- କର୍କଟ ରୋଗ ସହିତ ଲଢ଼ିବା ପାଇଁ ଲିଚୁରେ ଖୁବ୍‌ ଶକ୍ତି ଥାଏ।

୬- ଏହା ରକ୍ତଚାପକୁ ସୁନିୟନ୍ତ୍ରିତ କରିଥାଏ।

୭-ଲିଚୁ ଖାଇଲେ ହାଡ଼ ମଜଭୁତ୍‌ ହୋଇଥାଏ।

Taste For Life

୮-ତ୍ୱଚାରେ ଦାଗ ଥିଲେ ସେଥିରୁ ବି ମୁକ୍ତି ଦେଇଥାଏ ଲିଚୁ।

୯-ଲିଚୁ ଖାଉଥିବା ଲୋକଙ୍କର ସହଜରେ ହୃଦୟ ଜନିତ ରୋଗ ହୋଇନଥାଏ।

୧୦-ସବୁଠୁ ବଡ଼ କଥା ହେଲା ଲିଚୁ ସେବନ କରିଲେ ମନୁଷ୍ୟର ମନ ଭଲ ରହେ। ଏହାର କାରଣ ହେଲା ମନୁଷ୍ୟ ସୁସ୍ଥ ରହିଥାଏ।

ସମ୍ବନ୍ଧିତ ଖବର