ପାଣିରେ ନିମ୍ବ ପତ୍ର ପକାଇ ସ୍ନାନ କରନ୍ତୁ, ଆଉ ଦେଖନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ। ନିମ୍ବ ପତ୍ରରେ ଫ୍ୟାଟି ଏସିଡ୍, ଲିମୋନୋଏଡ୍, ଭିଟାମିନ୍-ଇ, ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଲସିୟମ୍ ରହିଥାଏ। ଯାହାକି ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ହୋଇପାରେ । ନିମ୍ବ ପତ୍ରକୁ ଉଷୁମ ପାଣିରେ ପକାଇ ଏଥିରେ ସ୍ନାନ କରନ୍ତୁ । ଏହା ଦ୍ବାରା ଚର୍ମ ସମସ୍ୟା ଦୂର ହୋଇଥାଏ। ବ୍ରଣ ସମସ୍ୟା ପାଇଁ ବି ନିମ୍ବ ପତ୍ର ରାମବାଣ ସଦୃଶ୍ୟ ହୋଇଥାଏ।

Neem Powder (100g) - EatRightBasket.com

ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ସ୍ନାନ କରିବା ଦ୍ବାରା ଚର୍ମରୁ ଶୁଷ୍କତା ଦୂର ହୋଇଥାଏ। ସାବୁନ ଏବଂ ବଡ଼ି ୱାସର ଆବଶ୍ୟକତା କମ୍ ହୋଇଥାଏ। ଏହା ଚର୍ମରେ ପ୍ରାକୃତିକ ତେଲର ସନ୍ତୁଳନ ବଜାୟ ରଖେ ।

ନିମ୍ବ ପାଣି ମୁଣ୍ଡରେ ରୂପି ହୋଇଥି‌ଲେ ତାହାକୁ ବି ଦୂର କରିଥାଏ। ଏବଂ ଏହା ଚର୍ମ ସଂକ୍ରମଣର ସମସ୍ୟାକୁ ବି ଦୂର କରିଥାଏ |

Neem Benefits: From Acne-Free Skin To Better Hair Growth, Know All The Beauty Benefits Of These Leaves

ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ନିମ୍ବ ତେଲ ମଧ୍ୟ ବ୍ୟବହାର କରାଯାଇପାରେ । ଏହାଦ୍ୱାରା ଚର୍ମର ଶୁଷ୍କତା ସମସ୍ୟା ଦୂର ହୋଇଥାଏ। ନିମ୍ବ ପତ୍ରର ପେଷ୍ଟ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହୋଇଥା୍ଏ। ଯଦି ଚର୍ମରେ କୁଞ୍ଚନ ଥାଏ, ତେବେ ନିମ୍ବ ପତ୍ରର ଏକ ପେଷ୍ଟ ଲଗାନ୍ତୁ। ଏହା କୁଞ୍ଚନ ସହିତ ଦାଗ ମଧ୍ୟ ଦୂର କରିଥାଏ।

ଶୀତଦିନେ ଆପଣ ନିମ୍ବ ତେଲ ମଧ୍ୟ ବ୍ୟବହାର କରିପାରିବେ । ସ୍ନାନ କରୁଥିବା ପାଣିରେ କିଛି ବୁନ୍ଦା ନିମ୍ ତେଲ ମିଶାନ୍ତୁ । ସ୍ନାନ କରିବା ପୂର୍ବରୁ ଶରୀରରେ ସୋରିଷ ତେଲ ଏବଂ ନିମ୍ବ ତେଲ ମିଶାଇ ଏହାକୁ ମାଲିସ୍ କରନ୍ତୁ । ଏହା ବ୍ୟତୀତ ଫେସ୍ ପ୍ୟାକରେ କିଛି ବୁନ୍ଦା ନିମ୍ବ ତେଲ ମିଶାଇ ମଧ୍ୟ ପ୍ରୟୋଗ କରାଯାଇପାରେ । ଏହା ବ୍ରଣ ଏବଂ ବ୍ଲାକ୍ ହେଡ୍ର ସମସ୍ୟା ଦୂର କରିଥାଏ ।

ସମ୍ବନ୍ଧିତ ଖବର