ନୂଆଦିଲ୍ଲୀ: ଆମ ରୋଷେଇ ଘରେ ଅଛି ଅନେକ ଔଷଧୀୟ ସାମଗ୍ରୀ ଯାହା ଆମେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ପକାଉ ହେଲେ ଜାଣି ନଥାଉ କି ଏହା ଆମ ଶରୀର ପାଇଁ ମଧ୍ଯ କେତେ ଲାଭ ଦାୟକ ହେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରନ୍ଧାଶାଳରେ ଥିବା ଜାଇଫଳରେ ରହିଛି ଅନେକ ଗୁଣ । ଯାହା ଖାଲି ଖାଦ୍ୟରେ ସୁନ୍ଦର ବାସ୍ନା ଭରିଦିଏ  ତାହା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଜାଇଫଳରେ ଅନେକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟନ୍ସ , ଉପକାରୀ ତୈଳ ଏବଂ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଥାଏ । ଯଦିଓ ଜାଇଫଳ ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ , କିନ୍ତୁ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଥାନ୍ତି ।   

Advertisment

ଜାଇଫଳ ଶରୀରରେ ହରମୋନ୍ ସ୍ତରକୁ ସନ୍ତୁଳିତ ରଖିବା ସହିତ,  ପାଚନ ପ୍ରକ୍ରିୟାକୁ ବୃଦ୍ଧି କରେ । ଏହା ସହ ସ୍କିନ୍ ପାଇଁ ମଧ୍ୟ ଲାଭଦାୟକ । ସଠିକ୍ ପରିମାଣରେ ଜାଇଫଳ ଖାଇବା ଦ୍ଵାରା ସ୍ୱାସ୍ଥ୍ୟରେ ଉନ୍ନତି ଆସେ ଏବଂ ମହିଳାମାନଙ୍କର ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମାଧାନ ହୁଏ । ଆସନ୍ତୁ ଜାଣିବା ଜାଇଫଳକୁ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ କାହିଁକି ଲାଭଦାୟକ ବୋଲି ବିବେଚନା କରାଯାଏ ।

- ଜାଇଫଳରେ ନ୍ୟାଚୁରାଲ କମ୍ପାଉଣ୍ଡ୍ ଥାଏ , ଯାହାକି ହରମୋନ୍ ସନ୍ତୁଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସେଥିପାଇଁ ଋତୁସ୍ରାବରେ ନିୟମିତତା ରୁହେ । 

-ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳେ । ଜାଇଫଳରେ ଆଣ୍ଟି-ଇନ୍ଫ୍ଲେମେଟାରୀ ଥାଏ , ଯାହା କି ପିରିୟଡ୍ସ ସମୟରେ ଶରୀରରେ ହେଉଥିବା ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ କରେ । ଜାଇଫଳ ସେବନ କରିବା ଦ୍ୱାରା ଶରୀର ଫୁଲିବା , ମୁଡ୍ ସ୍ୱିଙ୍ଗ୍ ଏବଂ ଥକ୍କାପଣରୁ ଆଦି ମୁକ୍ତି ମିଳିଥାଏ ।
- ଜାଇଫଳରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଥାଏ , ଯାହା ଫଳରେ ମୁହଁରେ ହେଉଥିବା ବ୍ରଣକୁ କମ୍ କରେ । ପ୍ରତିଦିନ ଅଳ୍ପ ପରିମାଣରେ ଜାଇଫଳ ଖାଇବା ଦ୍ୱାରା ସ୍କିନ୍ ସଫା ରହିବା ସହ ଗ୍ଲୋ ମଧ୍ୟ କରେ ।

- ଜାଇଫଳରେ ଥିବା ଆଣ୍ଟିଅକ୍ସିଡେଣ୍ଟନ୍ସ ଏବଂ ଆଣ୍ଟି-ଇନ୍ଫ୍ଲେମେଟାରୀ କମ୍ପାଉଣ୍ଡ୍ ଗୁଡ଼ିକ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ଖାଲି ସେତିକି ନୁହେଁ , ଏହା କୋଲେଷ୍ଟ୍ରଲ୍ ଲେବଲ୍କୁ ମଧ୍ୟ କମ୍ କରେ ଯାହା ଫଳରେ ହାର୍ଟଆଟାକ୍ର ଆଶଙ୍କା ହ୍ରାସ ପାଏ । ଜାଇଫଳରେ ଏପରି କମ୍ପାଉଣ୍ଡ୍ ମଧ୍ୟ ଥାଏ ଯାହା ବ୍ଲଡ୍ ସୁଗାର ଲେବଲ୍କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

- ଜାଇଫଳରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫସଫରସ୍ ଭଳି ମିନେରାଲ୍ସ ଥାଏ , ଯାହା କି ହାଡ଼କୁ ମଜଭୁତ୍ ରଖେ ।  ସେଥିପାଇଁ ଅଷ୍ଟିଓପୋରୋସିସ୍ ରୋଗରୁ ମୁକ୍ତି ମିଳେ , ଏହି ସମସ୍ୟା ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ଦେଖାଦିଏ ।