ଏସବୁ ସମସ୍ୟାକୁ ଦୂର କରେ ପିଆଜ ଓ ଅଦା ରସ

ନୂଆଦିଲ୍ଲୀ: ପିଆଜ ଏବଂ ଅଦା ରସ ଅନେକ ସମସ୍ୟା ଦୂର କରିବାରେ ଲାଭଦାୟକ ହୋଇଥାଏ। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ପିଆଜ ଏବଂ ଅଦା ରସ ଅତ୍ୟନ୍ତ ଲାଭଦାୟକ । ଏଥିସହିତ ଏହା ରକ୍ତହୀନତା ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

ପିଆଜ ଏବଂ ଅଦା ରସ ଆଖିର ରଶ୍ମି ବୃଦ୍ଧିରେ ସହାୟକ ହୋଇଥାଏ। ପିଆଜ ରସ ଆପଣଙ୍କ ଶରୀରରେ ଗ୍ଲୁଟାଥିଅନ୍ ଉତ୍ପାଦନ କରେ । ଏହା ଏକ ପ୍ରକାର ପ୍ରୋଟିନ୍, ଯାହା ଆଖିର ରଶ୍ମି ପାଇଁ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ପିଆଜ ଏବଂ ଅଦା ରସ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ । ପିଆଜ ରସରେ ଭିଟାମିନ୍-ଇ ଥାଏ, ଯାହା ଆଖି ସହିତ ଜଡିତ ସମସ୍ୟାକୁ ଦୂର କରିଥାଏ ।

Libido boosting onion and ginger

ଗର୍ଭବତୀ ମହିଳାଙ୍କ ପାଇଁ ପିଆଜ ଏବଂ ଅଦା ରସ ଖାଇବା ମଧ୍ୟ ଲାଭଦାୟକ ଅଟେ । ପିଆଜରେ ଭିଟାମିନ୍ ସି ମିଳିଥାଏ, ଯାହା ଗର୍ଭବତୀ ମହିଳାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଅଦା ରସ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ।

ପିଆଜ ଏବଂ ଅଦା ରସ ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ । ଅଦା ରସ ବ୍ୟବହାର ଶରୀରରେ ରକ୍ତ ସଞ୍ଚାଳନକୁ ଠିକ ରଖିଥାଏ  । ଅନ୍ୟପକ୍ଷରେ, ରକ୍ତହୀନତା ସମସ୍ୟାରେ କଞ୍ଚା ପିଆଜ ରସ ଉପକାରୀ ହୋଇଥାଏ। ଶରୀରରେ ରକ୍ତ ଅଭାବ ଥିଲେ ଅଦା ଏବଂ ପିଆଜ ରସ ସେବନ କରିପାରିବେ ।

ପିଆଜ ଓ ଅଦା ରସରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟ୍ରି ଗୁଣ ରହିଛି । ଏହି ଆଣ୍ଟିଅକ୍ସିଡାଣ୍ଟ ପୁରୁଷମାନଙ୍କଠାରେ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିଥାଏ। ସମାନ ପରିମାଣର ପିଆଜ ଏବଂ ଅଦା ରସକୁ ମିଶାଇ ରାତିରେ ଶୋଇବା  ପୂର୍ବରୁ ଗୋଟିଏ ଚାମଚ ପିଇଲେ ଏହା ଶରୀରରେ ଥିବା ହରମୋନକୁ ସନ୍ତୁଳିତ ରଖିଥାଏ।

ସମ୍ବନ୍ଧିତ ଖବର