ପିଅନ୍ତୁ ପିଆଜ-ଚା’! ଏହାର ଉପକାରିତା ଅନେକ

ଆର୍ୟୁବେଦ ଚିକିତ୍ସା ମାଧ୍ୟମରେ ବହୁତ ବଡ ରୋଗ ଭଲ ହୋଇଯାଇଥାଏ । ମାନସିକ ହେଉ କି ଶାରିରୀକ ରୋଗ ସବୁ ଭଲ ହୋଇଯାଇଥାଏ। କିନ୍ତୁ ଆଜିକାଲି ଏହାର ପ୍ରୟୋଗ ବେଶି ହେଉ ନାହିଁ । କାହିଁ କି ନା ଏହି ଉପଚାର କରିବା ପାଇଁ ବହୁତ ସମୟ ଲାଗିଥାଏ ଏବଂ ପରିଶ୍ରମ ବି ଅଧିକ କରିବାକୁ ପଡ଼ିଥାଏ ।

ଓଜନ ବୃଦ୍ଧି କରିବାଯେତିକି ସହଜ , ହ୍ରାସ କରିବା ସେତିକି ସହଜ ନୁହେଁ । ଆଜିକାଲି ଏହା ସମସ୍ତଙ୍କର ଗୋଟେ ବଡ ସମସ୍ୟା ଯେ କେମିତି ଓଜନ ହ୍ରାସ କରିବା । ନିଜକୁ କେମିତି ଫିଟ୍‌ ରଖିବା। କିଏ ଜିମ୍‌ ଯାଉଛନ୍ତି ତ କିଏ ଡାଏଟ୍‌ରେ ରହୁଛନ୍ତି । କିନ୍ତୁ ଆସନ୍ତୁ ଜାଣିବା ଆର୍ୟୁବେଦର ଏମିତି ଏକ ପଦ୍ଧତି ବିଷୟରେ ଯାହା ଓଜନ ହ୍ରାସ କରିବାରେ ଆମକୁ ସାହାଯ୍ୟ କରିବ । ଚା’ ଯାହା ପିଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଏମତି ଏକ ଚା’ ଅଛି ଯାହା ଦ୍ୱାରା ଆମେ ଆମ ଓଜନ ହ୍ରାସ କରିପାରିବ । ଏହା ସବୁଦିନ ପିଉଥିବା ଚା’ଠାରୁ ପୂରା ଭିନ୍ନ । ଏହା ପିଆଜରେ ତିଆରି ହୋଇଥିବା ଚା’ । ପିଆଜକୁ ଆମେ ବିଭିନ୍ନ ପ୍ରକାର ତରକାରୀ ବନେଇବାରେ ବ୍ୟବହାର କରୁ । କିନ୍ତୁ ଏହାକୁ ଚା’ ରୂପରେ ବ୍ୟବହାର କରି ଅନେକ ଲାଭ ପାଇପାରିବା । ପିଆଜ ରସ ପିଇବା ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଯାଏ । ଯଥା ମଧୁମେହ, ଉଚ୍ଚ ରକ୍ତଚାପ ଆଦି ରୋଗ ଭଲ ହୋଇଯାଏ । ପିଆଜ ରସ କ୍ୟାଲୋରି ବର୍ଣ୍ଣ କରିବାରେ ବି ସାହାଯ୍ୟ କରେ ।

ଯଦି ରାତିରେ ନିଦ ନ ଅସୁଥାଏ, ଶୋଇବା ପୂର୍ବରୁ ଏହି ଚା’ ପିଅନ୍ତୁ । ନିଦ ଭଲ ଆସିବ । କିଛି ଦିନ ପିଇଲା ପରେ ଧୀରେ ଧୀରେ ଏହି ରୋଗ ଭଲ ହୋଇଯାଇଥାଏ ।  ଏଥିରେ ଭିଟାମିନ୍‌ ସି ରହିଛି । ଯଦି ଆପଣଙ୍କୁ ଥଣ୍ଡା, ସର୍ଦ୍ଦି, କାଶ ହୋଇଥାଏ, ଏହା ପିଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ । ଯଦି ଏହି ଚା’କୁ ଆପଣ ଦୁଇ ସପ୍ତାହ ପିଇବେ, ତା’ହେଲେ ଆପଣଙ୍କ ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରିବ ।

ପ୍ରସ୍ତୁତି: ଏକ ପିଆଜକୁ ଛଡେଇକି ଧୋଇଦିଅନ୍ତୁ । ତା’ପରେ କାଟନ୍ତୁ । ଏକ କପ୍‌ ପାଣିରେ ପିଆଜକୁ ପକାନ୍ତୁ । ଏହାପରେ ପାଣିକୁ ଟିକିଏ ଗରମ କରମ କରନ୍ତୁ। ପାଣି ଗରମ ହେଲା ପରେ ଏଥିରେ ଟିକିଏ ଲେମ୍ବୁ ଏବଂ ଗ୍ରୀନ୍‌ଟି ମିଶାନ୍ତୁ । ଶେଷର ମହୁ ପକାନ୍ତୁ ।

ଯଦି ରାତିରେ ନିଦ ନ ଅସୁଥାଏ, ଶୋଇବା ପୂର୍ବରୁ ଏହି ଚା’ ପିଅନ୍ତୁ । ନିଦ ଭଲ ଆସିବ । କିଛି ଦିନ ପିଇଲା ପରେ ଧୀରେ ଧୀରେ ଏହି ରୋଗ ଭଲ ହୋଇଯାଇଥାଏ । ଆପଣଙ୍କୁ ଶକ୍ତ ବନେଇଥାଏ ଏବଂ ଏଥିରେ ଭିଟାମିନ୍‌ ସି ରହିଛି । ଯଦି ଆପଣଙ୍କୁ ଥଣ୍ଡା, ସର୍ଦ୍ଦି, କାଶ ହୋଇଥାଏ, ଏହା ପିଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ । ଯଦି ଏହି ଚା’କୁ ଆପଣ ଦୁଇ ସପ୍ତାହ ପିଇବେ, ତା’ହେଲେ ଆପଣଙ୍କ ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରିବ । ଏହି ଚା’କୁ ପିଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ପେଟରେ ହେଉଥିବା ଇମ୍ଫେକ୍ସନ ଦୂର ହୋଇଯାଇଥାଏ ।

ସମ୍ବନ୍ଧିତ ଖବର