କମଳାର ଉପକାରିତା ଅନେକ! ଆପଣ ଜାଣନ୍ତି କି?

କମଳା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କେତେକ ରୋଗ କୁ ମଧ୍ୟ ଏହା ଭଲ କରିବାରେ ସାହାଯ୍ୟ କରିଥାଏ । କମଳାରେ ସାଇଟ୍ରିକ୍‌ ଏସିଡ୍‌, ମ୍ୟାଗ୍ନେସିୟମ୍‌, ଫସଫରସ ଏବଂ ଆଇରନ ପ୍ରଚୁର ପରିମାଣରେ ଥାଏ । କମଳାରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ବି ଥାଏ । ଏଥିରେ ଥିବା ଫ୍ରୁଟୋଜ ଏବଂ ଭିଟାମିନ୍‌ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହା ମନକୁ ଥଣ୍ଡା ରଖେ । ଉପବାସ ଏବଂ ଦେହ ଖରାପ ସମୟରେ ସାଧାରଣତଃ ସମସ୍ତେ କମଳା ଖାଆନ୍ତି ।

ହଜମ କ୍ରିୟା ବାଧା ପ୍ରାପ୍ତ ହେଉଥିଲେ, କମଳା ରସକୁ ଅଳ୍ପ ଉଷୁମୁ ପାଣିରେ ମିଶେଇ ପିଇଲେ ଭଲ ହୋଇଯାଏ । ଦିନରେ ଜଣେ ବ୍ୟକ୍ତି ଙ୍କୁ ଗୋଟେ କିମ୍ବା ଦୁଇଟା କମଳା ଖାଇବା ଉଚିତ୍‌ । ଜଣେ ବ୍ୟକ୍ତି କୁ ଯେତିକି ଭିଟାମିନ୍‌ ସି ଆବଶ୍ୟକ, ତାହା କମଳା ଖାଇଲେ ସେଥିରୁ ମିଳିଯାଏ । ଥଣ୍ଡା-କାଶ ହେଲେ ପ୍ରତିଦିନ ଏକ ଗ୍ଲାସ କମଳା ରସ ପିଇବା ଦ୍ୱାରା ଲାଭ ମିଳିଥାଏ । କମଳା ରସ କୋଲେଷ୍ଟରଲ କୁ କମେଇଥାଏ । ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ହାଡକୁ ମଧ୍ୟ ଶକ୍ତ ରଖିବାରେ ସହାୟକ ହୋଇଥାଏ । ରକ୍ତସ୍ରାବ ବନ୍ଦ କରିବାର କ୍ଷମତା ଅଛି କମଳା ରସରେ ।

StyleCraze

ଭୀଷଣ ଜ୍ୱରରେ କମଳା ରସ ପିଇବା ଦ୍ୱାରା ତାପମାତ୍ରା କମ୍‌ ହୋଇଯାଏ । ଏଥିରେ ଥିବା ସାଇଟ୍ରିକ୍‌ ଏସିଡ୍‌ ମୂତ୍ର ରୋଗକୁ ଦୂର କରିଥାଏ । ଦାନ୍ତ ଓ ମାଢି ଶକ୍ତ ରହିଥାଏ । ଛୋଟ ଛୁଆଙ୍କ ପାଇଁ ଏହା ଖୁବ୍‌ ଭଲ । ଛୁଆଙ୍କୁ ସୁସ୍ଥ୍ୟ ରଖିବା ପାଇଁ କ୍ଷୀରରେ ମିଠା କମଳାର ରସ ମିଶାଇ ପିଇବାକୁ ଦେଲେ ତାହା ଏକ ପ୍ରୋଟିନ ପରି କାମ କରିବ । ପେଟରେ ଗ୍ୟାସ, ଉଚ୍ଚ ରକ୍ତଚାପ, ବେରି-ବେରି ରୋଗ ମଧ୍ୟ କମଳା ଖାଇବା ଦ୍ୱାରା ଭଲ ହୋଇଯାଏ ।

ଗର୍ଭବତୀ ମହିଳା ତଥା ଯକୃତ ରୋଗରେ ପୀଡିତ ମହିଳାଙ୍କ ପାଇଁ ମଧ୍ୟ କମଳା ରସ ବହୁତ ଲାଭକାରୀ ହୋଇଥାଏ । କମଳା ରସ କଫକୁ ପତଳା କରିି ବାହାର କରିଥାଏ । କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ଗୋଲାପ ଜଳ କିମ୍ବା କଞ୍ଚା କ୍ଷୀରରେ ମିଶାଇ ଲଗାଇବା ଦ୍ୱାରା ମୁହଁ ସୁନ୍ଦର ଏବଂ ସଫା ଦିଶିଥାଏ । କମଳାର ତାଜା ଫୁଲର ରସକୁ ବାହାର କରି ମୁଣ୍ଡରେ ଲଗାଇବା ଦ୍ୱାର କେଶର ଚମକ ବଢିଥାଏ । କମଳା ଚୋପାରୁ ତେଲ ବାହାର କରାଯାଏ । ଶରୀରରେ ଏହି ତେଲ ଲଗେଇଲେ ମଶା କାମୁଡେନି ।

ସମ୍ବନ୍ଧିତ ଖବର