ଶୀତ ଦିନେ ଖରାରେ ବସି କମଳା ଖାଇବାର ମଜା କିଛି ନିଆରା। କମଳାରେ ଭିଟାମିନ୍‌ 'ସି’ର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗ ଏବଂ ମଧୁମେହ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା ପ୍ରତିଦିନ ଗୋଟେ କମଳା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ…

Advertisment

୧. କମଳାର ସେବନ ପ୍ରତିଦିନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଠିକ୍‌ ରହିବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ । ଏହା ସହ ଏଥିରେ ଥିବା ଫାଇଟୋକେମିକାଲ ତତ୍ତ୍ୱ ରକ୍ତ ଜମାଟ ବାନ୍ଧିବାକୁ ଦେଇ ନଥାଏ । ଯାହାଦ୍ୱାରା ହୃଦ୍‌ ସମସ୍ୟାର ମଧ୍ୟ ଆଶଙ୍କା କମ ହୋଇଥାଏ ।

୨.କମଳାରେ ନ୍ୟାଚୁରାଲ ସୁଗାର ଥିବାରୁ ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହାଦ୍ୱାରା ମଧୁମେହ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ । ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ କମଳା ଖାଇ ପାରିବେ ।

Chinese tariffs tear into California orange farmers | 2018-12-22 | Agri-Pulse Agri-Pulse

୩. ଏଥିରେ ଭିଟାମିନ୍‌ 'ସି’ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହାଦ୍ୱାରା ନିୟମିତ ଭାବେ କମଳା ଖାଉଥିବା ବ୍ୟକ୍ତି ସହଜରେ ରୋଗଗ୍ରସ୍ତ ହୁଅନ୍ତି ନାହିଁ ।

୪.ଏଥିରେ ଭିଟାମିନ୍‌ 'ସି’, ଆଣ୍ଟି-ଅକ୍ସିଡ଼ିାଣ୍ଟ, ଆଣ୍ଟି-ଇନ୍‌ଫ୍ଲେମେଣ୍ଟ୍ରି, ବିଟା-କେରୋଟିନ୍‌ ରହିଥାଏ, ଯାହା ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର କରି ତ୍ୱଚାରେ ଚମକ ଆଣିଥାଏ । ତ୍ୱଚାରେ ଚମକ ଆଣିବା ପାଇଁ ଆପଣ ମୁହଁରେ କମଳା ଲଗାଇ ପାରିବେ ।

୫.କମଳାରେ କେରୋଟିନାଇଡ୍‌ ରହିଥାଏ, ଯାହା ଦୃଷ୍ଟିଶକ୍ତିକୁ ମଧ୍ୟ ମଜବୁତ୍‌ କରିଥାଏ ।