ସୌନ୍ଦର୍ଯ୍ୟ ଚମକାଇବ ଡାଳିମ୍ବରୁ ତିଆରି ଫେସ୍‌ ମାସ୍କ

ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଲା ମୁହଁ । ସମସ୍ତେ ସବୁବେଳେ ନିଜ ମୁହଁରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି । ଆଜିକାଲି ଏଥି ପାଇଁ ବିଭିନ୍ନ ପ୍ରସାଧାନ ସାମଗ୍ରୀ ମଧ୍ୟ ବାହାରିଲାଣି । କିନ୍ତୁ ସେଥିରେ ବ୍ୟବହାର କରାଯାଉଥିବା ରାସାୟନିକ ଦ୍ରବ୍ୟ ତ୍ୱଚା ଉପରେ କୁପ୍ରଭାବ ପକାଏ । କେବେ କେବେ ବାହାରେ ମିଳୁଥିବା ବିଭିନ୍ନ ପ୍ରସାଧାନ ସାମଗ୍ରୀକୁ ବ୍ୟବହାର କରି ଆପଣମାନେ ଅସୁବିଧାରେ ପଡ଼ିଥିବେ ନିଶ୍ଚୟ। ମୁହଁରେ ଚମକ ଆଣିବା ବଦଳରେ ତାହା ଆପଣଙ୍କ ତ୍ୱଚାକୁ ଖରାପ କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପାର୍ଲର ନ ଯାଇ ବା ବାହାରେ ମିଳୁଥିବା ବିଭିନ୍ନ ପ୍ରସାଧାନ ସାମଗ୍ରୀକୁ ବ୍ୟବହାର ନ କରି କିପରି ଆପଣ ଆପଣଙ୍କ ତ୍ୱଚାରେ ଚମକ ଆଣି ପାରିବେ । ଡ଼ାଳିମ୍ବକୁ ବ୍ୟବହାର କରି ଆପଣ କିପରି ଏହାକୁ ସମ୍ଭବ କରି ପାରିବେ ଆସନ୍ତୁ ଜାଣିବା।

୧.ଡାଳିମ୍ବ ଏବଂ ଦହିର ମାସ୍କ

Spontaneous Chick

ତ୍ୱଚାରେ ଚମକ ଆଣିବା ପାଇଁ ଏହା ସବୁଠାରୁ ସହଜ ଉପାୟ । ପ୍ରଥମେ ଡାଳିମ୍ବର ଦାନାକୁ ପେଶି ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପେଷ୍ଟ ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଏକ ଚାମଚ ଦହି ମିଶାନ୍ତୁ । ଭଲକରି ମିଶଇବା ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ପରେ ଏହା ଶୁଖି ଆସିଲା ପରେ ମୁହଁକୁ ସଫା ପାଣିରେ ଭଲ କରି ଧୋଇ ଦିଅନ୍ତୁ । ଧୋଇବା ପରେ ଫରକ ଆପଣ ଜାଣି ପାରିବେ ।
୨. ଡାଳିମ୍ବ ଏବଂ ଲେମ୍ବୁର ମାସ୍କ

howtoxp.com

ଲେମ୍ବରୁ ଉପକାରୀତା ବିଷୟରେ ଆପଣ ଆଗରୁ ଜାଣିଥିବେ ନିଶ୍ଚୟ । ଚେହେରାକୁ ସଫା ରଖିବା ପାଇଁ ଆପଣମାନେ ଏହାକୁ ବ୍ୟବହାର କରୁଥିବେ । ଏଥିେରେ ଥିବା ଭିଟାମିନ୍‌ ସି ଯାହାକି ମୁହଁରୁ ସବୁ ମଇଳାକୁ ଦୂର କରେ ସେଥିରେ ଡାଳିମ୍ବକୁ ମିଶାଇ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ । ଡାଳିମ୍ବରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏଥିରେ ଲେମ୍ବୁକୁ ମିଶଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ । ଡାଳିମ୍ବ ପେଷ୍ଟରେ ଗୋଟେ ଚାମଚ ଲେମ୍ବୁରସ ମିଶାଇ ତାକୁ ମୁହଁରେ ଲଗାନ୍ତୁ । କିଛି ସମୟ ଛାଡ଼ି ମୁହଁକୁ ଭଲ କରି ସଫା କରି ନିଅନ୍ତୁ । ଦେଖିବେ ଆପଣଙ୍କ ଚେହେରା ଚମକିବାକୁ ଲାଗିବ ।
୩.ଡାଳିମ୍ବ ଏବଂ ମହୁର ମାସ୍କ

DIY Home Remedies, Kitchen Remedies and Herbs

ମହୁ ତ୍ୱଚାକୁ କୋମଳ କରିଥାଏ । ଡାଳିମ୍ବ ପେଷ୍ଟରେ କିଛି ମହୁ ମିଶାଇ ଭଲ ଭାବରେ ଫେଣ୍ଟିବା ସହ ତାକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ଚମକିବା ସହ କୋମଳ ହୋଇଯିବ ।
୪.ଡାଳିମ୍ବ ଏବଂ ଓଟମିଲ୍‌ର ମାସ୍କ

Huffington Post

ଡାଳିମ୍ବକୁ ଭଲ କରି ପେଶୀ ଏହାକୁ ଓଟ୍‌ମିଲରେ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ମୁହଁ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଏହା ଆପଣଙ୍କ ମୁହଁରେ ଥିବା ମୃତ କୋଷିକା ଗୁଡ଼ିକ ହଟାଇବା ସହ ଚେହେରାରେ ଚମକ ଆଣିଥାଏ ।

ସମ୍ବନ୍ଧିତ ଖବର