ଡାଳିମ୍ବ ଚୋପାର ଚା’ ପିଅନ୍ତୁ ଓ ହୃଦ୍‌ଘାତରୁ ଆରମ୍ଭ କରି କ୍ୟାନ୍‌ସର ଭଳି ଆହୁରି ଅନେକ ରୋଗରୁ ମୁକ୍ତି ପାଆନ୍ତୁ

ଡାଳିମ୍ବ ଚୋପା ଚା’ ପିଅନ୍ତୁ ଓ ଅନେକ ରୋଗରୁ ମୁକ୍ତି ପାଆନ୍ତୁ

ଡାଳିମ୍ବ ଛାଲିରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ କାରଣରୁ ଏଥିରୁ ତିଆରି ଚା’ ହୃଦ୍‌ରୋଗ, କ୍ୟାନ୍‌ସରରୁ ବଞ୍ଚାଇବା ସହ ହଜମକ୍ରିୟାକୁ ଭଲ କରିଥାଏ। ଯଦି ଆପଣଙ୍କ ତଣ୍ଟି ଖରାପ ଅଛି କିମ୍ବା ଟଙ୍ଗ୍‌ସିଲ୍‌ ହୋଇଛି, ତା’ହେଲେ ଏହି ଚା’ ପିଅନ୍ତୁ ଓ ତୁରନ୍ତ ଆରାମ ମିଳିବ।

ହଜମ କ୍ରିୟା ପାଇଁ ଖୁବ୍‌ ଉପଯୋଗୀ: ଡାଳିମ୍ବ ଚୋପାରେ ରହିଥିବା ଅନେକ ପ୍ରକାର ଆଣ୍ଟିଅକ୍‌ସିଡେଣ୍ଟ୍‌ ହଜମକ୍ରିୟାକୁ ଭଲ କରିଥାଏ।

ତଣ୍ଟିବ୍ୟଥାରୁ ତୁରନ୍ତ ଉପଶମ: ଯଦି ଆପଣଙ୍କ ତଣ୍ଟି ଗତଗତ ହେଉଛି, ବ୍ୟଥା ହେଉଛି କିମ୍ବା ଟଙ୍ଗ୍‌ସିଲ୍‌ ହୋଇଛି, ତା’ହେଲେ ଏହି ଚା’କୁ ପିଅନ୍ତୁ, ତୁରନ୍ତ ଆରାମ ମିଳିବ।

ହୃଦ୍‌ଜନୀତ ରୋଗରୁ ମୁକ୍ତି: ଫ୍ଲେବୋନୋଏଡ୍‌ ଫେନୋଲିକ୍‌ ଭଳି ଆଣ୍ଟିଅକ୍‌ସିଡେଣ୍ଟ୍‌ ଏହି ଚା’ରେ ରହିଥିବା କାରଣରୁ ହୃଦ୍‌ରୋଗ ଆଶଙ୍କା ମଧ୍ୟ କମ୍‌ ହୋଇଥାଏ। ଏଥିରୁ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତର ମଧ୍ୟ କମ୍‌ ହୋଇଥାଏ।

ଆଣ୍ଠୁବିନ୍ଧା ବନ୍ଦ ହୋଇଥାଏ: ଏହି ଚା’କୁ ପିଇବା ଦ୍ୱାରା ଆଣ୍ଠୁ ଦରଜ ସମସ୍ୟାରୁ ଫାଇଦା ମିଳିବା ସହ ଏହାର ହାଡ଼କୁ ମଧ୍ୟ ଶକ୍ତ କରିଥାଏ।

କେମିତି ତିଆରି କରିବେ ଡାଳିମ୍ବ ଚୋପା ଚା’: ପ୍ରଥମେ ଏକ କପ ପାଣିକୁ ଗରମ କରନ୍ତୁ। ଏବେ ପାଣିରେ ଡାଳିମ୍ବ ଚୋପାକୁ ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ଏହାକୁ ଛାଣିକି ପିଅନ୍ତୁ।

ସମ୍ବନ୍ଧିତ ଖବର