ମୂଳା ଖାଆନ୍ତୁ, ବ୍ଲଡପ୍ରେସରରୁ ଦୂରେଇ ରହନ୍ତୁ

ଶୀତ ଋତୁ ପାଦ ରଖୁଛି। ଏବେ ପରିବା ବଜାରରେ ଦେଖିବାକୁ ମିଳିବ ମୂଳା। ବଜାରରେ ଉଭୟ ଧଳା ଓ ଲାଲ୍‌ ମୂଳା ମିଳିଥାଏ। ତେବେ ମୂଳା ଯେତିକି ସ୍ୱାଦିଷ୍ଟ, ସେତିକି ଉପକାରୀ। ଏହାର ପତ୍ର ଅର୍ଥାତ ମୂଳାଶାଗ ମଧ୍ୟ ଶରୀର ଲାଗି ଖୁବ୍‌ ଉପାଦେୟ।

ବ୍ଲଡପ୍ରେସର ଥିଲେ ହଠାତ ମୁଣ୍ଡ ବୁଲେଇ ହୋଇଯାଏ । ସବୁଆଡ ଅନ୍ଧାର ଦିଶେ । ଆମେ ଯଦି ମୂଳା ଶାଗକୁ ଆମ ଖାଇବା ରୁଟିନ୍‌ରେ ରଖିବା ତା’ହେଲେ ଆମେ ଏଥିରୁ ଲାଭ ପାଇବା । ଲୋକମାନେ ସାଧାରଣତଃ ମୂଳାକୁ ସାଲାଡ୍‌ ଭାବରେ ଖାଇଥାଆନ୍ତି । କିନ୍ତୁ ଏହାର ପତ୍ର ମଧ୍ୟ ବହୁତ ଉପକାରୀ । ଏହାର ପତ୍ରରେ କ୍ୟାଲସିୟମ୍‌, ଫଲିକ୍‌ ଏସିଡ୍‌, ଭିଟାମିନ୍‌ ସି ଆଦି ଥାଏ । ଯାହା ବ୍ଲଡପ୍ରେସର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ମୂଳାରେ ସୋଡିୟମ୍‌ ଥାଏ, ଯାହା ଶରୀରରେ ଲୁଣର ଆବଶ୍ୟକତା ପୂରଣ କରିଥାଏ । ଏଥିପାଇଁ ବ୍ଲଡପ୍ରେସର ରୋଗୀ ଙ୍କ ପାଇଁ ଲାଭକାରୀ ।

ଏହାବ୍ୟତୀତ ମୂଳାରେ ଥିବା ଏଂଥେକାଇନିନ୍‌ ହୃଦରୋଗ ପାଇଁ ଉପକାରୀ ହୋଇଥାଏ । ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଫଳରେ ବ୍ୟକ୍ତି କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଥାଏ । ଏହାର ରସକୁ ପାଣି ଓ ମିଶ୍ରି ସହିତ ମିଶାଇ ପିଇବା ଦ୍ୱାରା ପୋଲିଓ ରୋଗ ମଧ୍ୟ ଭଲ ହୋଇଯିବାର ସମ୍ଭାବନା ରହିଛି । କେଶ ଝଡ଼ିବା ମଧ୍ୟ କମ୍‌ କରିବାରେ ସାହାଯ୍ୟ କରିଥାଏ ମୂଳା । ଶରୀରରେ ବିଷାକ୍ତ ପଦାର୍ଥ କୁ କମ୍‌ କରି ରକ୍ତ କୁ ଶୁଦ୍ଧ କରିଥାଏ ସହ ନିୟମିତ ମୂଳା ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ କ୍ଷମତା ବଢିଥାଏ ।

ସମ୍ବନ୍ଧିତ ଖବର