ମନ ଖୋଲି ହସିବାରେ ରହିଛି ଏହି ୭ଟି ଫାଇଦା, ହୃଦ୍‌ଘାତର ଆଶଙ୍କା ହୋଇଥାଏ କମ

 

ସୁସ୍ୱାସ୍ଥ୍ୟ ପାଇଁ ମନଖୋଲି ହସିବା ନିହାତି ଆବଶ୍ୟକ । ମନ ଖୋଲି ହସିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ବଡ଼ ବଡ଼ ସମସ୍ୟା ଖୁବ୍‌ ସହଜରେ ଦୂର ହୋଇ ଯାଇଥାଏ । ମନଖୋଲି ହସିଲେ ବିଶେଷ କରି ମାନସିକ ରୋଗ ହେବାର ଆଶଙ୍କା କମ ହୋଇଯାଇଥାଏ । ଆଜିକାଲିର ବ୍ୟସ୍ତତା ଭିତରେ ଲୋକମାନେ ହସିବା ଭୁଲି ଯାଇଛନ୍ତି, ଯାହା ପାଇଁ ଲୋକମାନଙ୍କ ପାଖରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳିଛି । ଜୋରରେ ହସିଲେ ଶରୀରର ମାଂସପେଶୀ ସକ୍ରିୟ ହେବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମନ ଖୋଲି ହସିବାର ଫାଇଦା ବିଷୟରେ…

୧. କିଛି ଲୋକ ବାହାରକୁ ବୁଲିଯିବା ସହ ଅଜଣା ଲୋକଙ୍କ ସହ କଥା ହେବାକୁ ପସନ୍ଦ କରନ୍ତି ନାହିଁ । କାହା ସହ କଥା ହେବାକୁ ସେମାନେ ଡ଼ରିଥାନ୍ତି । ଏଭଳି ମାନସିକ ରୋଗ ପାଇଁ ମନ ଖୋଲି ହସିବାକୁ ଏକ ଔଷଧ ବୋଲି ଧରା ଯାଇଥାଏ । ଏଭଳି ସମସ୍ୟା ଥିବା ରୋଗୀକୁ ଲାଫ୍ଟର ଥେରାପି ଦିଆ ଯାଇଥାଏ । ଏହି ଥେରାପି ମାଧ୍ୟମରେ ବିଭିନ୍ନ ନାଟକ, ମଜାକଥା ବା ଟିଭି କାର୍ଯ୍ୟକ୍ରମ ଦ୍ୱାରା ରୋଗୀକୁ ହସାଇବା ପାଇଁ ଚେଷ୍ଟା କରାଯାଇଥାଏ ।
୨.ଏକ ଗବେଷଣା ଅନୁଯାୟୀ ଶରୀରରେ ଅକ୍ସିଜେନର ଅଭାବ ହେତୁ କର୍କଟ ରୋଗ ସୃଷ୍ଟିକାରୀ କୋଷିକା ନଷ୍ଟ ହୋଇ ଯାଇଥାଏ । ମନ ଖୋଲି ହସିବା ଦ୍ୱାରା ଶରୀରରେ ଅକ୍ସିଜେନର ପରିମାଣ ବୃଦ୍ଧି ପାଇଥାଏ । ଯାହା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ ହେବା ସହ ପ୍ରତିରକ୍ଷା ତନ୍ତ୍ର ମଜବୁତ ହୋଇଥାଏ ।

telegraph.co.uk

୩.ସବୁ ଦିନ ମନଖୋଲି ହସିବା ଦ୍ୱାରା ଆମ ତ୍ୱଚାରେ ଥିବା ୧୫ ପ୍ରକାରର ମାଂସପେଶୀ ଏକା ସାଙ୍ଗରେ କାମ କରିବାକୁ ଲାଗିଥାଏ । ଯାହା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହେବା ସହ ତ୍ୱଚା ଚମକିବାକୁ ଲାଗିଥାଏ ।
୪. ଯଦି ଆପଣ ରାତିରେ ଠିକ୍‌ ଭାବରେ ଶୋଇ ପାରୁ ନାହାନ୍ତି । ତେବେ ମନ ଖୋଲି ହସିବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ସମ୍ବନ୍ଧିତ ଖବର