ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହାଁନ୍ତି ତ, ଏହା ଖାଆନ୍ତୁ

କେତେକ ଲୋକ ସୋୟାବିନ୍‌ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହାର ଉପକାରିତା ସଂପର୍କରେ ଜାଣିଲେ ଯେ କେହି ଲୋକ ସୋୟାବିନ୍‌ ଖାଇବାକୁ ରାଜି ହେବ ।
ସୋୟାବିନ୍‌ରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଓ କାର୍ବୋହାଇଡ୍ରେଟ ଥାଏ । ଏହାଫଳରେ ନିୟମିତ ଭାବେ ସୋୟାବିନ୍‌ର ସେବନ କରିଲେ ଆପଣଙ୍କର ଉଚ୍ଚ ରକ୍ତଚାପ ହ୍ରାସ ପାଇଥାଏ । ସୋୟାବିନ୍‌ରେ ପ୍ରଚୁର ମାତ୍ରାରେ ଆଇରନ୍‌ ବି ରହିଛି । ଏହି କାରଣରୁ ଏଥିରେ ଥିବା ଆଇସୋପ୍ଲେବୋନ୍‌ସ ନାମକ ରସାୟନ ପଦାର୍ଥ ଅଷ୍ଟିୟୋପୋରୋସିସ୍‌ ରୋଗ ହେବାକୁ ଦିଏ ନାହିଁ ।
ଶରୀରର ବିକାଶ ବା ନଖ ଓ କେଶ ଆଦି ମଧ୍ୟ ଯଦି ବୃଦ୍ଧି ପାଉ ନଥାଏ , ତେବେ ସୋୟାବିନ୍‌ ଖାଇଲେ ସେଥିରୁ ଲାଭ ମିଳିଥାଏ । ଏହା ସ୍ମରଣ ଶକ୍ତି ବୃଦ୍ଧି ଦିଗରେ ମଧ୍ୟ ସହାୟକ ହୋଇଥାଏ । ତା’ଛଡା ଶରୀରର ଦୁର୍ବଳତା ବି କମ୍‌ କରିଥାଏ ।


ଯଦି ଆପଣଙ୍କୁ ରାତିରେ ନିଦ ଆସେ ନାହିଁ , ତେବେ ସୋୟାବିନ୍‌ ଖାଆନ୍ତୁ । ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ତାଙ୍କୁ ନିଦ୍ରା ଆଣିବାରେ ସହାୟକ ହେବ । ସୋୟାବିନ୍‌ରେ ଥିବା ଲେସିଥିନ୍‌ ଲିଭର ପାଇଁ ମଧ୍ୟ ଲାଭଜନକ । ମଧୁମେହ ରୋଗୀମାନଙ୍କ ପାଇଁ ସୋୟାବିନ୍‌ ତେଲରୁ ପ୍ରସ୍ତୁତ ଖାଦ୍ୟ ଅତ୍ୟଧିକ ଲାଭପ୍ରଦ । ନିଜର ଓଜନ ବୃଦ୍ଧି କରିବାକୁ ମଧ୍ୟ ଅଙ୍କୁରିତ ସୋୟାବିନ୍‌ର ସେବନ ମଧ୍ୟ ଭଲ । ସୋୟାବିନ୍‌ର ଦୁଧ ପିଇବା ଲାଭଜନକ । ଠିକ୍‌ ସେହିପରି ସୋୟାବିନ୍‌ର ଘୋଳ ଦହି ପିଇଲେ ପେଟରେ ଥିବା କୃମି ନାଶ ହୋଇଥାଏ ।

ସମ୍ବନ୍ଧିତ ଖବର