ଖରାଦିନେ ଲୋକମାନେ ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଲୋକମାନେ ନଡ଼ିଆ ପାଣି ପିଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜାଣି ପାରନ୍ତି ନାହିଁ, ଯାହା ଦ୍ୱାରା ସେମାନେ ଆଖୁ ରସ ପିଇବାକୁ ସେତେଟା ଗୁରୁତ୍ୱ ଦେଇ ନଥାନ୍ତି । ତେବେ ଆଜି ଆମେ ଖରା ଦିନେ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ ।
ଆଖୁର ରସରେ ୧୧୧କ୍ୟାଲୋରୀ, ୨୭ଗ୍ରାମ କାର୍ବୋହାଇଡ୍ରେଟ୍, ୦.୨୭ଗ୍ରାମ୍ ପ୍ରୋଟିନ୍ ଏବଂ ୧୩ଗ୍ରାମ୍ ଡାଏଟ୍ରୀ ଫାଇବର ରହିଥାଏ । ଏହା ସହ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲ୍ସିୟମ, ଫସ୍ଫରସ୍ ଇତ୍ୟାଦି ରହିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା….
୧. ଆଖୁର ରସ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ, ଯାହାଦ୍ୱାରା ଓଜନ କମ୍ ହୋଇଥାଏ । ମୋଟାପଣର ଶିକାର ଥିବା ଲୋକେ ଏହାକୁ ପିଇ ପାରିବେ ।
୨. ଏଥିରେ ପୋଟାସିୟମ୍, କ୍ୟାଲ୍ସିୟମ, ମ୍ୟାଗ୍ନେସିୟମ୍ ଏବଂ ଆଇରନର ମାତ୍ରା ଅଧିକ ରହିଥାଏ, ଯାହା ଶରୀରକୁ କର୍କଟ ରୋଗରୁ ରକ୍ଷା କରିଥାଏ । ଏହା ଶରୀରକୁ ପ୍ରୋଷ୍ଟେଟ୍ ଏବଂ ସ୍ତନ କର୍କଟରୁ ରକ୍ଷା କରିଥାଏ ।

୩.ଆଖୁର ରସ ମିଠା ଥିଲେ ମଧ୍ୟ ଏଥିରେ ପ୍ରାକୃତିକ ସୁଗାର ରହିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
୪.ଆଖୁ ରସରେ କୋଲେଷ୍ଟ୍ରଲ କମ ରହିଥାଏ, ଯାହା ହୃଦୟରେ ଜମିଥିବା ଫ୍ୟାଟ୍କୁ ଜମିବାକୁ ଦେଇ ନଥାଏ । ଏହାଦ୍ୱରା ହୃଦ୍ଜନିତ ସମସ୍ୟା ହେବାର ଆଶଙ୍କା ଦେଖା ଯାଇ ନଥାଏ ।