ଶୀତଋତୁ ଆରମ୍ଭ ହୋଇଯାଇଛି। ଏଥିସହିତ ମଧ୍ୟ ଏହି ପାଗରେ ବହୁତ କିଛି ଲୋକ ଖରାକୁ ସେମାନଙ୍କର ବନ୍ଧୁ ଭାବରେ ଗ୍ରହଣ କରି ଆନନ୍ଦ ଉପଭୋଗ କରୁଛନ୍ତି। କାହିଁକିନା ଏହି ଋତୁରେ ଖରାରେ ବସିବା ବା ସୂର୍ଯ୍ୟସ୍ନାନ କରିବା ଦ୍ୱାରା ନିଜର ହିଁ ଫାଇଦା ହୁଏ। ତେବେ ଖରା ପୋଇବା ଯୋଗୁଁ ବ୍ୟକ୍ତି ଶରୀରକୁ କେବଳ‘ଭିଟାମିନ୍-ଡ଼ି’ ନୁହେଁ ବରଂ ଏହାଦ୍ୱାରା ବହୁତ କିଛି ଫାଇଦା ମଧ୍ୟ ମିଳେ। ତେବେ ଆସନ୍ତୁ ଜାଣିବା, ଖରା ପୋଇବା ଦ୍ୱାରା ସ୍ୱାସ୍ଥ୍ୟକୁ କେଉଁ କେଉଁ ସବୁ ଫାଇଦା ମିଳେ?
୧-ଏହା ତ ସମସ୍ତେ ଜାଣନ୍ତି କି ଖରା ପୋଇବା ଯୋଗୁଁ ବ୍ୟକ୍ତି ଶରୀରକୁ ଭରପୂର ମାତ୍ରାରେ‘ଭିଟାମିନ୍ -ଡ଼ି’ମିଳିଥାଏ,ଯାହାକି ଅସ୍ଥିକୁ ମଜ୍ଭୁତ୍ ରଖିବାରେ ସହାୟକ ହୋଇଥାଏ। ଏହସହିତ ଖରା ପୋଇବା ଯୋଗୁଁ ଗଣ୍ଠିଦରଜ ଏବଂ ଥଣ୍ଡା ଯୋଗୁଁ ହେଉଥିବା ମୁଣ୍ଡବିନ୍ଧା ସମସ୍ୟା ଆଦିରୁ ମୁକ୍ତି ମିଳିଥାଏ।
୨-ଖରା ପୋଇଲେ ଶରୀରରେ ମେଲାଟୋନିକ ହର୍ମୋନ୍ ଉତ୍ପନ୍ନ ହୋଇଥାଏ। ଆଉ ଏହି ହର୍ମୋନ୍ କାରଣରୁ ଆମକୁ ଭଲ ନିଦ ଆସିଥାଏ। ଏଥିସହିତ ଏନେଇ ବ୍ୟକ୍ତିର ମାନସିକ ଅବସାଦ ମଧ୍ୟ କମିବାକୁ ଲାଗେ!
୩-ତେବେ ଖରାରେ ବସିବା ଯୋଗୁଁ ଶରୀରରୁ କୋଲେଷ୍ଟ୍ରୋଲ୍ ପରିମାଣ ମଧ୍ୟ କମିବାକୁ ଲାଗେ!

୪- ଯଦି ଆପଣଙ୍କ ଶରୀରରେ କୌଣସି ବି ଫଙ୍ଗାଲ୍ ଇଂମ୍ଫେକ୍ସନ୍ ହୋଇଥାଏ ତ,ତେବେ ଆପଣ ନିହାତି ଭାବରେ ଖରାରେ ବସିପଡ଼ନ୍ତୁ। କାହିଁକିନା ଖରାରେ ବସିବା ଯୋଗୁଁ ବ୍ୟକ୍ତି ଶରୀରରୁ ବ୍ୟାକ୍ଟେରିଅଲ୍ ଜନିତ ଇଂମ୍ଫେକ୍ସନ୍ ଶେଷ ହୋଇଥାଏ। ଏହି କାରଣକୁ ନେଇ ଖରା ତ୍ୱଚାଜନିତ ସମସ୍ୟାରୁ ମୁକ୍ତି ଦେବାରେ ମଧ୍ୟ ଲାଭପ୍ରଦ ହୋଇଥାଏ।
୫- ଏତଦ୍ବ୍ୟତୀତ ଗର୍ଭାବସ୍ଥାରେ ଖରା ପୋଇବା ଦ୍ୱାରା ଶିଶୁର ବିକାଶ ଭଲ ଭାବରେ ହୋଇଥାଏ।
୬-ଏଥିସହିତ ସୂର୍ଯ୍ୟଙ୍କ କିରଣରୁ ନିର୍ଗତ ହେଉଥିବା ଅଲ୍ଟ୍ରାଭାଓଲେଟ୍ କିରଣରୁୁ ଆମର ରୋଗପ୍ରତିଷେଧକ ଶକ୍ତି ମଜ୍ଭୁତ୍ ହୋଇଥାଏ। ଯାହାକି ଆମକୁ ଅନେକ ରୋଗ ଦାଉରୁ ସୁରକ୍ଷିତ ରଖିବାରେ ମଧ୍ୟ ସହାୟକ ହୋଇଥାଏ।
୭-ତେବେ ଖରାରେ ବସିବା ଯୋଗୁଁ ବ୍ୟକ୍ତି ଶରୀରରେ ରକ୍ତ ଜମାଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ। ଯେଉଁ କାରଣକୁ ନେଇ ଶରୀରରେ ରକ୍ତ ସଂଚାଳନ ପ୍ରକ୍ରିୟାଟି ସଠିକ୍ ମାତ୍ରାରେ ହୋଇଥାଏ।ଏହି କାରଣକୁ ନେଇ ଏହା ଡ଼ାଇବେଟିସ୍ ଏବଂ ହୃଦ୍ଘାତ ଜନିତ ରୋଗୀଙ୍କୁ ବହୁତ ଫାଇଦା ଦେଇଥାଏ।