ହୃଦୟକୁ ସୁସ୍ଥ ରଖିଥାଏ ହଳଦୀ ତେଲ, ଜାଣନ୍ତୁ ଏହାର ଫାଇଦା ସଂପର୍କରେ…

ସୁସ୍ଥ ରହିବା ପାଇଁ କେବଳ ହଳଦୀ ନୁହେଁ; ଏହାର ତେଲ ମଧ୍ୟ ଲାଭଦାୟକ । ହଳଦୀ ତେଲ ହଳଦୀ ଗଛର ଚେରରୁ ବାହାର କରାଯାଇଥାଏ । ହଳଦୀ ଭଳି ହଳଦୀ ତେଲରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ହଳଦୀ ତେଲ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଏହା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିବାରେ ସହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ହଳଦୀ ତେଲ ଶରୀରର କେଉଁ କେଉଁ ସମସ୍ୟାକୁ ଦୂର କରିଥାଏ …

୧. ହଳଦୀ ତେଲରେ ଆଣ୍ଟିଇନ୍‌ଫ୍ଲାମେଟୋରି ଗୁଣ ରହିଥାଏ । ଆଣ୍ଠୁ ଗଣ୍ଠି ବା ଶରୀରର ମାଂସପେଶୀ ବିନ୍ଧା ହେଉଥିଲେ ହଳଦୀ ତେଲକୁ ମାଲିସ କରନ୍ତୁ । ଫରକ୍‌ ଜାଣି ପାରିବେ ।
୨. ହୃଦ୍‌ରୋଗୀଙ୍କ ପାଇଁ ହଳଦୀ ତେଲ ଲାଭଦାୟକ ହୋଇଥାଏ । ଏହି ତେଲରେ ଖାଦ୍ୟ ତିଆରି କରି ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ । ଯାହାଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ ।

ScienceDaily

୩. ହଳଦୀ ତେଲ ଅବସାଦ କମ କରିବା ପାଇଁ ସାହାଯ୍ୟ କରିଥାଏ । ଯଦି କୌଣସି ସମୟରେ ମନ ବିଚଳିତ ହେଉଛି ବା ମନ ଭଲ ଲାଗୁ ନାହିଁ, ତେବେ ହଳଦୀ ତେଲକୁ ହାତରେ ନେଇ ଶରୀରରେ ମାଲିସ କରନ୍ତୁ । ଏହାର ସୁଗନ୍ଧ ଅବସାଦ ଏବଂ ମନ ବିଚଳିତ ହେବା ସମସ୍ୟାକୁ ଦୂର କରିଥାଏ ।
୪. ଦାନ୍ତ ସହ ଜଡ଼ିତ ସମସ୍ୟାକୁ ଦୂର କରିଥାଏ ହଳଦୀ ତେଲ । ଦାନ୍ତ ମାଢ଼ି ଦରଜ ହୋଇଥିଲେ ଟୁଥ୍‌ ପେଷ୍ଟରେ ହଳଦୀ ତେଲ ମିଶାଇ ୧-୨ମିନିଟ୍‌ ପର୍ଯ୍ୟନ୍ତ ଦାନ୍ତ ଘଷନ୍ତୁ । ଏପରି କରିବା ଦ୍ୱାରା ମାଢ଼ି ଦରଜ ହେବା ସମସ୍ୟା ଦୂର ହେବ ।

ସମ୍ବନ୍ଧିତ ଖବର