କେବଳ ଥଣ୍ଡା କି କାଶ ପାଇଁ ନୁହେଁ, ଭେପୋରବର ଅଛି ଅନେକ ଉପକାରୀ ଗୁଣ

ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଯାଏଁ ସମସ୍ତେ ଭିକ୍‌ସ ଭେପୋରବ୍‌ ବ୍ୟବହାର କରିଥାନ୍ତି।

ସାଧାରଣ ଭାବେ ଥଣ୍ଡା କିମ୍ବା ମୁଣ୍ଡବିନ୍ଧା ହେଲେ ଆମେ ଏହା ବ୍ୟବହାର କରିଥାଉ। କିନ୍ତୁ ଜାଣିଛନ୍ତି କି ଭିକ୍‌ସ ଭେପୋରବ୍‌କୁ ମଧ୍ୟ ଆପଣ ଅନ୍ୟ ଉପାୟରେ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଏହା ଅନ୍ୟ କେଉଁ ସବୁ କାର୍ଯ୍ୟରେ ବ୍ୟବହାର ହୋଇପାରେ।

ପାଦର ଗୋଇଠି ଫାଟିଥିଲେ ଭିକ୍ସ ଏହାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଶୀତ ଋତୁରେ ଏହା ମଶ୍ଚରାଇଜର ଭାବେ କାମ କରିଥାଏ।

ଷ୍ଟ୍ରେଚ୍‌ ମାର୍କକୁ ମଧ୍ୟ ଲିଭାଇବାରେ ଭିକ୍ସ ସାହାଯ୍ୟ କରିଥାଏ।। ଡ୍ରାଏ ସ୍କିନ୍‌ ଉପରେ ଭିକ୍ସ ପ୍ରୟୋଗ କରନ୍ତୁ, ଏହା ମଶ୍ଚରାଇଜର ଭାବରେ କାମ କରିବ।

ବ୍ରଣର ଉପଚାର ଲାଗି ଭିକ୍ସ ବ୍ୟବହାର କରାଯାଇପାରେ। ଯଦି ଆପଣ କାନ୍ଦିବାକୁ ଚାହୁଁଛନ୍ତି, ତା’ହେଲେ ଭିକ୍ସ ଲଗାଇ ଆଖିରୁ ଲୁହ ଝରାଇ ପାରିବେ । ଖାଇବା ସମୟରେ ଖାଦ୍ୟ ନିକଟରୁ ମାଛିକୁ ଦୂରେଇ ରଖିବା ପାଇଁ ଆପଣ ପାଖରେ ଭିକ୍ସ ଡବା ଖୋଲିି ରଖନ୍ତୁ। ଆପଣଙ୍କ କହୁଣୀରେ ଯନ୍ତ୍ରଣା ହେଉଥିଲେ, ଆପଣ ଭିକ୍ସ ଲଗାଇପାରିବେ। ଆପଣ କହୁଣୀ, କାନର ପଛ ଭାଗରେ ଭିକ୍ସ ଲଗାନ୍ତୁ। ଏହା ଲଗେଇବା ଦ୍ୱାରା କୀଟପତଙ୍ଗ ପାଖକୁ ଆସିବେନି। ନିଜର କପଡା ଏବଂ ତ୍ୱଚା ଉପରେ ଭିକ୍ସ ଲଗେଇବା ଦ୍ୱାରା ମଶା କାମୁଡ଼ନ୍ତିନି ।

ସମ୍ବନ୍ଧିତ ଖବର