ନୂଆଦିଲ୍ଲୀ: ଖରାଦିନେ ସମସ୍ତେ ତରଭୂଜ ଖାଇବାକୁ ଭାରି ଭଲପାଆନ୍ତି । ତରଭୂଜ ବି ବଜାରରେ ଏହି ଖରା ଦିନେ ବେଶି ବିକ୍ରି ହୁଏ । ତାସହ ରାସ୍ତା କଡରେ ପସରା ମେଲାଇ ବ୍ୟବସାୟୀମାନେ ବିକ୍ରି କରୁଥାନ୍ତି ଯାହା ଫଳରେ ପଥଚାରୀମାନେ ଯଦି ଖରାରୁ ମୁକ୍ତି ପାଇବା ପାଇଁ ଖାଇବାକୁ ଇଚ୍ଛା କରିବେ ତାହାଲେ ସାଙ୍ଗେସାଙ୍ଗେ ଖାଇ ପାରିବେ । ଘରେ ଘରେ ତ ଗରମ ଦିନେ ଫ୍ରିଜରେ ତରଭୂଜ ଥାଏ । କେହି କେହି ଫ୍ରିଜରେ ଥିବା ତରଭୂଜ ଖାଇବାକୁ ଭାରି ଭଲପାଆନ୍ତି । ମୁଁ, ଆପଣ ଆମେ ସମସ୍ତେ ତରଭୂଜ ସିନା ଖାଉ ହେଲେ ତାର ମଞ୍ଜିକୁ ଫୋପାଡି ଦେଉ । ତରଭୂଜକୁ ଯେତିକି ଖୁସିରେ ଖାଉ ମଞ୍ଜି ପାଟିରେ ଟିକେ ରହିଗଲେ ବିରକ୍ତି ହୋଇ ତାକୁ ଥୁ... କରି ଫିଙ୍ଗିଦେଉ ।
ହେଲେ ଆପଣ ଜାଣନ୍ତି କି ଦେହ ପାଇଁ ଭାରି ଭଲ ତରଭୂଜ ମଞ୍ଜି । ତରଭୂଜ ମଞ୍ଜି ଶରୀର ପାଇଁ କେତେ ଲାଭ ଦାୟକ ତାହା ଆପଣ ଜାଣିଲା ପରେ ଆଉ ବୋଧେ ଫିଙ୍ଗିବେ ନାହିଁ । ତେଣୁ ଆସନ୍ତୁ ଜାଣିବା ତରଭୂଜ ମଞ୍ଜିର ଉପକାରିତା ବାବଦରେ...
ତରଭୂଜ ମଞ୍ଜି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟ ହୁଏ । ଏହା ହୃଦୟକୁ ସୁସ୍ଥ ରଖେ । ତରଭୂଜ ମଞ୍ଜିରେ ଜିଙ୍କର ପରିମାଣ ଅଧିକ ମାତ୍ରାରେ ରହିଥିବାରୁ ଏହା ଶରୀରର ରୋଗ ପ୍ରତିରୋଧ କୋଷକୁ ସକ୍ରିୟ ରଖେ ।
ତରଭୂଜ ମଞ୍ଜିର ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣରେ ରଖେ ତେଣୁ ମଧୁମେହ ରୋଗୀମାନଙ୍କ ପାଇଁ ତରଭୂଜ ମଞ୍ଜି ବେଶ ଲାଭଦାୟକ ।
ତରଭୂଜ ମଞ୍ଜିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଆଇରନ, ଜିଙ୍କ ଏବଂ କପର ରହିଥାଏ । ତରଭୂଜ ମଞ୍ଜି କେଶ ବୃଦ୍ଧି କରିବାରେ ମଧ୍ୟ ବଡ ଭୂମିକା ନିଭାଇଥାଏ ।
ତରଭୂଜ ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି ଭରିରହିଥାଏ । ଯାହା ଆମ ମସ୍କିଷ୍କ ସଂଚାଳନ ଏବଂ ଶିରାପ୍ରଶିରା ସଂଚାଳନରେ ଫାଇଦା ଦିଏ ।