ଅନେକ ରୋଗ ଦୂର କରିଥାଏ ଗହମର ଘାସ

ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ଗହମର ଘାସରେ ଭିଟାମିନ୍‌,କ୍ୟାଲସିୟମ,ଆଇରନ୍‌,ମିନେରାଲ୍ସ.ଏମିନୋ ଏସିଡ୍‌ ଏବଂ ପ୍ରୋଟିନ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ କରିଥାଏ । ଏବେ ଆସନ୍ତୁ ଜାଣିବା ଗହମର ଘାସ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ…..

୧.ଗହମର ଘାସରେ ଥିବା ବିଟା ଗ୍ଲୁକେନ୍‌ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ୟୁରିନ୍‌ ମାଧ୍ୟମରେ ବାହାରକୁ ବାହାର କରିଥାଏ । ଏହା ଦ୍ୱାରା ପେଟ ସବୁ ସମୟରେ ପୁରିବା ଭଳି ଅନୁଭବ ହୋଇଥାଏ । ଏପରି ହେବା ଦ୍ୱାରା ଆପଣ ଦରକାରଠାରୁ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।

Related image
alphafoodie.com

୨.ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢ଼ିବା ସହ ହେମୋଗ୍ଲୋବିନ୍‌ର ସ୍ତର ଠିକ୍‌ ରହିଥାଏ । ଯାହାଦ୍ୱାରା ଏନେମିଆ ହେବାର ଆଶଙ୍କା କମ ହୋଇଥାଏ । ଏହା ଛଡ଼ା ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ ।
୩.ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି । ତେବେ ଏହାର ରସ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସକାଳ ସମୟରେ ଏହାର ଏକ ଗ୍ଲାସ ରସ ପିଇବା ଦ୍ୱାରା ସାରା ଦିନ ଆପଣ ଫୁର୍ତ୍ତି ଅନୁଭବ କରିବେ ।
୪.ଏଥିରେ ଥିବା ଭିଟାମିନ୍‌ ବି,ଏମିନୋ ଏସିଡ୍‌ ଏବଂ ଏନ୍‌ଜାଇମ୍‌ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।
୫.ଗହମର ଘାସ ଶରୀରରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

ସମ୍ବନ୍ଧିତ ଖବର