ଶୀତ ଦିନ ହେଉବା ଖରାଦିନ କିଛି ଲୋକ ମୋଜା ପିନ୍ଧିବାକୁ ଭଲ ପାଇଥିବା ବେଳେ ଆଉ କିଛି ଲୋକ ବିଲକୁଳ ପସନ୍ଦ କରିନଥାନ୍ତି । ତେବେ ଆପଣ ଜାଣିଛନ୍ତି କି ମୋଜା ପିନ୍ଧିବାର ବିଭିନ୍ନ ପ୍ରକାରର ଉପକାରୀତା ରହିଛି। ଆସନ୍ତୁ ଜାଣିବା ମୋଜା ପିନ୍ଧିବାର ଉପକାରୀତା ବିଷୟରେ ।
/sambad/media/post_attachments/wp-content/uploads/2018/01/winter-layering-tips-socks-300x227.jpg)
ଯଦି ଆପଣଙ୍କର ମୋଜା ପିନ୍ଧିବା ଅଭ୍ୟାସ ରହିଛି ତେବେ ଆପଣଙ୍କର ପାଦ ବେଶି ଧୂଳି ମଳି ସଂପର୍ଶରେ ଅସି ନଥାଏ । ଯାହା ଦ୍ୱାରା ପାଦ ଫାଟିବା କମ ହେବା ସହ ପାଦ କୋମଳ, ଚିକ୍କଣ ରହିଥାଏ। ସକାଳୁ ସକାଳୁ କିଛି ଜଣଙ୍କର ପାଦ ଶୁଷ୍କ ହୋଇଯାଇଥାଏ। ଏପରି ଶୁଷ୍କ ହେଉଥିବା ବ୍ୟକ୍ତିଙ୍କୁ ରାତିରେ ପାଦରେ ସୋରିଷ ତେଲ ମାଲିସ କରିବା ସହ ମୋଜା ପିନ୍ଧି ଶୋଇବା ଆବଶ୍ୟକ । ଏହା ଦ୍ୱାର ପାଦ ଶୁଷ୍କ ହେବା ବନ୍ଦ ହୋଇଥାଏ।
/sambad/media/post_attachments/wp-content/uploads/2018/01/New-Project47-300x147.jpg)
ମୋଜା ଦ୍ୱାରା ପାଦ ଗରମ ରହିଥାଏ ଯାହା ଦ୍ୱାରା ଶୀତ ଦିନେ ପାଦ ସହ ଶରୀର ଗରମ ରହିଥାଏ। ଏଥିପାଇଁ ସାଧାରଣତଃ ଶୀତ ଦିନରେ ଭଲ ସ୍ୱାସ୍ଥ୍ୟ ରଖିବା ପାଇଁ ଦୈନିକ ମୋଜା ପିନ୍ଧିବା ପାଇଁ କୁହାଯାଇଥାଏ। ମୋଜା ପିନ୍ଧିବା ଦ୍ୱାରା ଥଣ୍ଡାରୁ ରକ୍ଷା ମିଳିବା ସହ ପାଦ ମଧ୍ୟ ସୁନ୍ଦର ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/wearing-socks-in-bed-tease-today-170221-03_fba0865d63484e86d8d406e0b69bb7b8.jpg)