କାନ ଫୋଡ଼ାଇଲେ ମିଳିଥାଏ ଏହି ସବୁ ଫାଇଦା

ଭାରତୀୟ ସଂସ୍କୃତିରେ କାନ ଫୋଡ଼ାଇବା ଏକ ପ୍ରାଚୀନ ପରମ୍ପରା । ଦେଶରେ ଏହି ପରମ୍ପରା ବହୁ କାଳରୁ ଚାଲି ଆସୁଛି । ପୂର୍ବେ କେବଳ ମହିଳାମାନେ କାନ ଫୋଡ଼ାଉଥିଲେ କିନ୍ତୁ ବର୍ତ୍ତମାନ ଏହି ତାଲିକାରେ ପୁରୁଷ ମାନେ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଖାଲି ଫ୍ୟାସନ କିମ୍ବା ସୁନ୍ଦର ଦେଖାଯିବା ପାଇଁ କାନଫୋଡ଼ା ଯାଇନଥାଏ ବରଂ ଏହା ପଛରେ ରହିଛି ଅନେକ ସ୍ୱସ୍ଥ୍ୟ ସମ୍ବନ୍ଧୀୟ କାରଣ ।

pinterest

ଶ୍ରବଣ ଶକ୍ତି ବଢ଼ିଥାଏ : କାନ ଫୋଡ଼ାଇବା ଦ୍ୱାରା କାଲ ହେବାର ଆଶଙ୍କା କମ ହୋଇଥାଏ। ଆକ୍ୟୁପ୍ରେସର ବିଶେଷଜ୍ଞଙ୍କ ଅନୁଯାୟୀ କାନର ତଳ ଅଂଶରେ ଏକ ମୁଖ୍ୟ ଶିରା ରହିଥାଏ । ଏଣୁ କାନର ତଳ ଅଂଶ ଫୋଡ଼ାଇବା ଦ୍ୱାରା କାଲା ପଣ ଦୂର ହୋଇଥାଏ।

ଦୃଷ୍ଟିଶକ୍ତି ବଢ଼ିଥିଏ : କାନ ଫୋଡ଼ାଇବା ଦ୍ୱାରା ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ । କାନର ତଳ ଅଂଶ ଦେଇ ଯାଇଥିବା ଶିରା ଆଖି ସହ ସଂଯୁକ୍ତ ହୋଇଥାଏ । ଏଣୁ କାନ ଫୋଡ଼ାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିବା ସହ ଆଖିପତା ସୁନ୍ଦର ହୋଇଥାଏ ।

NewLoveTimes

ବୁଦ୍ଧି ବଢ଼ିଥାଏ : କାନର ତଳ ଅଂଶରେ ଥିବା କିଛି ଶିରାପ୍ରଶିରା ମସ୍ତିଷ୍କ ସହିତ ସଂଯୁକ୍ତ ହୋଇଥାଏ । ଏଣୁ କାନ ଫୋଡ଼ିବା ଦ୍ୱାରା ବୁଦ୍ଧି ବଢ଼ିବା ସହ ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ । ଏହି କାରଣ ପାଇଁ କମ ବୟସରୁ ହିଁ ଶିଶୁମାନଙ୍କର କାନ ଫୋଡ଼ାଯାଇଥାଏ ।

ସମ୍ବନ୍ଧିତ ଖବର