ଏମିତି ଅନେକ ଗଛ ଅଛି ଯାହାର କିଛି ନା କିଛି ଭଲ ଗୁଣ ରହିଛି। ମାତ୍ର ସବୁ ଗଛକୁ ତ ବାଡ଼ିରେ ରଖିବା ସମ୍ଭବ ନୁହେଁ। ମାତ୍ର ଏମିତି କିଛି ଗଛ ନିଜ ଘର ଆଖପାଖରେ ନିଶ୍ଚୟ ରଖନ୍ତୁ ଯାହା ଅନେକ କାର୍ଯ୍ୟର ଆସିପାରିବ। ଆଜି ଆମେ ଏପରି ଏକ ଗଛ ବିଷୟରେ ଆଲୋଚନା କରିବା ଯାହା ଏକାଧିକ କାର୍ଯ୍ୟରେ ଆସେ। ସେହି ଗଛଟି ହେଉଛି ‘ନିମ୍ବ’। ଆପଣ ଏକଥା ଶୁଣିଥିବେ ନିଶ୍ଚୟରେ ଚନ୍ଦନ ଗଛରୁ ପବନ ଆସି ନିମ୍ନ ଗଛରେ ବାଜିଲେ ତାହା ଚନ୍ଦନ ପାଲଟିଯାଏ। ସେକଥା ସତ ହେଉ କି ନହେଉ ଏହା ଯେ କୌଣସି ଚନ୍ଦନ ଗଛଠାରୁ କମ୍ ଉପକାରୀ ନୁହେଁ, ତାହା ଆମେ ଦାହିର ସହ କହିପାରିବା। ଆସନ୍ତୁ ଜାଣିବା ନିମ୍ବ ଗଛଟିଏ ଘର ପାଖରେ ରହିଲେ ଏକାଥରରେ କି କି ଫାଇଦା ମିଳିଥାଏ।
/sambad/media/post_attachments/wp-content/uploads/2018/05/tree-300x225.jpg)
ପ୍ରଥମତଃ ନିମ୍ନ ଗଛରୁ ପବନ ଆସି ଆମ ଦେହରେ ବାଜିଲେ ଅନେକ ରୋଗ ଦୂର ହୋଇଥାଏ। ବାଡ଼ିରେ ନିମ୍ବ ଗଛ ଥିଲେ ଚର୍ମଜନୀତ ରୋଗ ସମ୍ଭାବନା ଖୁବ୍ କମ୍ ହୋଇଥାଏ। ଏହା ଶ୍ୱାସ ରୋଗୀଙ୍କ ପାଇଁ ଅବ୍ୟର୍ଥ ଔଷଧ ପରି କାମ କରେ। ପେଟ ସମସ୍ୟା, ମିଳିମିଳା, ହାଡ଼ଫୁଟି ଆଦି ହୋଇଥିଲେ ନିମ୍ବ ପତ୍ରକୁ ବ୍ୟବହାର କରାଯାଇଥାଏ।
ନିମ୍ବ ଖାଲି ରୋଗ ଦୂର କରେ ନାହିଁ, ବରଂ ଏହାର କଢ଼ ଏକ ସୁସ୍ୱାଦ ଖାଦ୍ୟ ବି ହୋଇପାରେ। ଲିମ୍ବ କଢ଼କୁ ଭାଜି କରି ଖାଇବାର ସ୍ୱାଦ ଆପଣ ଜାଣିଥିବେ ନିଶ୍ଚୟ। କିଛି ଲୋକ ଲିମ୍ବ ପତ୍ରକୁ ସୁଖାଇ, ଗୁଣ୍ଡ କରି ରଖି ବର୍ଷ ବର୍ଷ ପର୍ଯ୍ୟନ୍ତ ରୋଷେଇ କରିଥାନ୍ତି। ବର୍ଷକୁ ଅନ୍ତତଃ ଥରୁଟିଏ ନିମ୍ବ ଖାଇବା ଦ୍ୱାରା ଚର୍ମଜନୀତ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ।
/sambad/media/post_attachments/wp-content/uploads/2018/05/Tree-triming-web-300x200.jpg)
ନିମ୍ବ କାଠ କୌଣସି ଶାଳ କାଠଠାରୁ କମ୍ ନୁହେଁ। ଆପଣଙ୍କ ବାଡ଼ିରେ ଯଦି ନିମ୍ବ ଗଛ ଅଛି ତେବେ ତାହାକୁ ଆପଣ ନିଜ ଘରର ଆସବାପତ୍ର ଯଥା, କବାଟ, ଝରକା, ଖଟିଆ, ଟେବୁଲ୍ ଆଦି କରିବାରେ ବ୍ୟବହାର କରିପାରନ୍ତି।
ଖାଲି ସେତିକି ନୁହେଁ, ଗୋଡ଼ ଫାଟୁଥିଲେ କିମ୍ବା ମୁହଁରେ ବ୍ରଣ ହେଉଥିଲେ ଲିମ୍ବପତ୍ରକୁ ପାଣି ଦେଇ ଫୁଟାଇ ଦିଅନ୍ତୁ। ସେହି ଗରମ ପାଣିକୁ ପ୍ରଭାବିତ ଅଞ୍ଚଳରେ ବ୍ୟବହାର କରନ୍ତୁ। ଦେଖିବେ ଆଶାତୀତ ଫଳ ପ୍ରାପ୍ତ ହେବ।
ଖରା ଦିନିଆ ଘମିର ସମସ୍ୟା କମାଇବା ପାଇଁ ଆପଣ ଆପଣଙ୍କ ଗାଧୁଆ ପାଣିରେ ଗୋଟାଏ ଦୁଇ ଡେମ୍ଫ ଲିମ୍ବ ପତ୍ର ପକାଇ ସେଥିରେ ଗାଧୋଇ ପାରନ୍ତି। ଏହା ଶରୀର ପାଇଁ ଖୁବ ଭଲ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/132970126.jpg)