ଶରୀରର ଓଜନ ହ୍ରାସ କରିବାକୁ ଚାହାନ୍ତି କି? ଡାଏଟ୍‌ ଚାର୍ଟରେ ସାମିଲ୍‌ କରନ୍ତୁ ଏହି ସବୁ ଫଳ

ଓଜନ ହ୍ରାସ ପାଇଁ ଲୋକ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି। କିଏ ଖାଇବା କମ୍‌ କରି ଓଜନ ହ୍ରାସ କରିବାର ଉପାୟ ଆପଣେଇ ଥାଆନ୍ତି ତ ପୁଣି କେହି ଡାଏଟ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମିଲ୍‌ କରି ଓଜନ ହ୍ରାସ କରିଥାନ୍ତି। ଆପଣ ବି ଯଦି ନିଜର ଓଜନ ହ୍ରାସ କରିବାକୁ ଚାହାନ୍ତି ତେବେ ଭୁଲ୍‌ରେ ବି ଖାଇବା କମ୍‌ କରିବା କଥା ଭାବନ୍ତୁ ନାହିଁ। ଖାଇବା କମ୍‌ କରି ଓଜନ କମାଇବା କଥା ଭାବିବା ନିହାତି ଭାବେ ବୋକାମୀ। କାରଣ ଖାଦ୍ୟ କମ୍‌ ହେଲେ ଆପଣଙ୍କୁ ଗ୍ୟାସ୍‌ଷ୍ଟ୍ରିକ୍‌ ହୋଇପାରେ। ଗ୍ୟାସ୍‌ଷ୍ଟ୍ରିକ୍‌ ହେଲେ ଓଜନ କମ୍‌ ହେବା ପରିବର୍ତ୍ତେ ବୃଦ୍ଧି ପାଇବାର ଅଧିକ ସମ୍ଭାବନା ଥାଏ। ତେବେ ହଁ, ଆଜି ଆମେ ଆପଣଙ୍କୁ ଏପରି କିଛି ଫଳ ବିଷୟରେ କହିବୁ ଯାହାକି ଓଜନ ହ୍ରାସରେ ସାହାଯ୍ୟ କରିବ।

: କମଳା ଏ‌କ ଏପରି ଫଳ ଯାହାକି ଓଜନ ହ୍ରାସ କରିବାରେ ବେଶ୍‌ ସହାୟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ପୋଷଣ ରହିଛି। ଏଥିରେ କ୍ୟାଲୋରି କମ୍‌ ରହିବା ସହ ଏହା ଫାଇବର ଏବଂ ପୋଟାସିୟମରେ ଭରପୂର। କର୍କଟ ପରି ମହାମାରୀ ରୋଗ ସହ ଲଢ଼ିବାର ଶକ୍ତି ରହିଛି ଏହି ଫଳରେ।

: ଅନ୍ୟ ଏକ ଓଜନ ହ୍ରାସକାରୀ ଫଳ ହେଉଛି ତରଭୁଜ। ଏଥିରେ ମଧ୍ୟ କ୍ୟାଲୋରି ଖୁବ୍ କମ୍‌ ମାତ୍ରା‌ରେ ଥାଏ। ତରଭୁଜରେ ଥିବା ଅତ୍ୟଧିକ ଜଳଭାଗ ଓଜନ ହ୍ରାସ ପାଇଁ ବିଶେଷ ସହାୟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ପୋଟାସିୟମ ରହିଛି, ଯାହା ସାଧାରଣ ହୃଦ୍‌ପିଣ୍ଡ ଏବଂ ମାଂସପେଶୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

www.india.com

: ସେହିପରି ଅନ୍ୟ ଏକ ଫଳ ହେଉଛି ଷ୍ଟ୍ରବେରି। ଏହା ଖୁବ୍ ସୁଆଦିଆ ଓ ପୃଷ୍ଟିକର ଫଳ। ଏହି ସ୍ବାଦଯୁକ୍ତ ଫଳ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସିରେ ଭରପୂର।

: ପିଜୁଳି ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରଖେ। ଏହି କାରଣରୁ ପିଜୁୁଳିକୁ ମଧ୍ୟ ଆପଣ ଆପଣଙ୍କ ଓଜନ ହ୍ରାସକାରୀ ଫଳ ଭାବେ ଖାଇପାରନ୍ତି।

ସମ୍ବନ୍ଧିତ ଖବର