ବର୍ଷାଦିନ ଆସିଲାଣି ରହନ୍ତୁ ସାବଧାନ: ମଶାଠାରୁ ବ୍ୟାପିଥାଏ ଏହି ସବୁ ମାରାତ୍ମକ ରୋଗ; ଜାଣନ୍ତୁ କେମିତି ରକ୍ଷା ପାଇବେ?

ବର୍ଷାଦିନେ ମଶାମାନଙ୍କ ସଂଖ୍ୟା ବଢ଼ି ଯାଇଥାଏ,ଏହା ସହ ମଶାଠାରୁ ବ୍ୟାପୁଥିବା ସଂକ୍ରମଣ ମଧ୍ୟ ବଢ଼ିଯାଏ। ଏହା ଯୋଗୁଁ ପୃଥିବୀରେ ପ୍ରତି ବର୍ଷ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ମଶାଠାରୁ ସଂକ୍ରମିତ ହେଉଥିବା ରୋଗ ହେଲେ ଆପଣଙ୍କୁ ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ଝାଳ ବୋହିବା, ବିଚଳିତ ଲାଗିବା, ବାନ୍ତି ଆଦି ହୋଇଥାଏ। ଏହା ସହ ଏହି ସବୁ ରୋଗ ଅଧିକ ସଂକ୍ରମିତ ହେଲେ ଶରୀରର ବିଭିନ୍ନ ଅଙ୍ଗ ଖରାପ ହେବା ସହ କିଡ୍‌ନି ମଧ୍ୟ ଆକ୍ରାନ୍ତ ହୋଇପାରେ ଓ ଉପଯୁକ୍ତ ଚିକିତ୍ସା ନ କରିଲେ ରୋଗୀଟିଏ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ।

ମ୍ୟାଲେରିଆ: WHO ବା ଓ୍ଵାର୍ଲ୍ଡ ହେଲ୍ଥ୍‌ ଅର୍ଗାନାଇଜେସନ୍‌ର କହିବା ଅନୁସାରେ ପୃଥିବୀର ଜନସଂଖ୍ୟାର ଅଧା ଏହି ରୋଗରେ ସଂକ୍ରମଣ ହେବାର ଆଶଙ୍କା ରହିଛି।

ଡେଙ୍ଗୁ ଜ୍ୱର: ଏହି ମଶାରୁ ୪ଟି ସଂକ୍ରମଣର ଜୀବାଣୁ ଉତ୍ପନ୍ନ ହୋଇଥାଏ – DEN-1, DEN-2, DEN-3 ଓ DEN-4 ଏବଂ ଏହା ଉଷ୍ମ ବାତାବରଣରେ ଅଧିକ ଆସିଥାଏ।

ଚିକୁନ୍‌ଗୁନିୟା: ଏଡିସ୍‌ ମଶା କାମୁଡ଼ିଲେ ଚିକୁନ୍‌ଗୁନିୟା ହୋଇଥାଏ, ଯାହାର ଲକ୍ଷଣ ଡେଙ୍ଗୁର ଲକ୍ଷଣ ସହ ପ୍ରାୟ ସମାନ।

ଲିମ୍ଫାଟିକ୍‌ ଫିଲାରିଆସିସ୍‌: ଏହାକୁ ଆଲେଫାଣ୍ଟିଆଟିସ୍‌ ମଧ୍ୟ କୁହାଯାଏ। ଲିମ୍ଫାଟିକ୍‌ ଫିଲାରିଆସିସ୍‌ ଲିମ୍ଫାଟିକ୍‌ ସିଷ୍ଟମ୍‌କୁ ଆକ୍ରମଣ କରିଥାଏ। ଦୁନିଆର ପ୍ରାୟ ୧୨ କୋଟି ଲୋକ ଏଥିରେ ଆକ୍ରାନ୍ତ ହୋଇଥାଆନ୍ତି।

କେମିତି ବଞ୍ଚିବେ ଏମିତି ମାରାତ୍ମକ ରୋଗ ସଂକ୍ରମଣରୁ?
• ବିଶେଷ କରି ବର୍ଷା ଦିନରେ ବାହାରକୁ ଯିବା ସମୟରେ ଯଥାସମ୍ଭବ ଫୁଲ୍‌ ପ୍ୟାଣ୍ଟ୍‌ ଓ ସାର୍ଟ୍‌ ତଥା ଫୁଲ୍‌ ସ୍ଲିବ୍‌ଡ ସର୍ଟ୍‌ ଓ ଟପ୍‌ସ ଏବଂ ଟ୍ରାଉଜର ବ୍ୟବହାର କରନ୍ତୁ।
• ଆପଣଙ୍କ ଘରର ଆଖପାଖରେ ଗାତ ବା ଅନ୍ୟ କୌଣସି ଜିନିଷ ରଖନ୍ତୁ ନାହିଁ, ଯେଉଁଥିରେ ପାଣି ଜମା ହେବ।
• ଘରୁ ମଶାଙ୍କୁ ଦୂର କରନ୍ତୁ, ଏଥିପାଇଁ ଲିକ୍ୟୁଇଡ୍‌, କଏଲ୍‌ସ ଆଦି ବ୍ୟବହାର କରିପାରିବେ।
• ଝରକା ଓ କବାଟରେ ଜାଲିି କିମ୍ବା ପ୍ରୋଟେକ୍‌ଟିଭ୍‌ ସ୍କ୍ରିନ୍‌ ଲଗାନ୍ତୁ। ଚେଷ୍ଟା କରନ୍ତୁ ସନ୍ଧ୍ୟା ସମୟରେ (ଯେଉଁ ସମୟରେ ମଶା ଘରକୁ ପଶିବାର ପ୍ରୟାସ କରିଥାଏ) ଏହାକୁ ବନ୍ଦ ରଖିବା ପାଇଁ।
• ଆପଣଙ୍କ ପିଲାଙ୍କୁ ସନ୍ଧ୍ୟା ହେଲା ପରେ ବାହାରକୁ ଖେଲିବାକୁ ଯିବାକୁ ମନା କରନ୍ତୁ, ଏହି ସମୟରେ ପ୍ରାୟ ସମସ୍ତ ପ୍ରକାର ମଶା ଅଧିକ ଶକ୍ତିଶାଳୀ ଓ ସକ୍ରିୟ ଥାଆନ୍ତି।

ସମ୍ବନ୍ଧିତ ଖବର