ବନ୍ଧାକୋବି ଖାଇଲେ ମସ୍ତିଷ୍କରେ କେଡ଼େ ଭୟଙ୍କର ପୋକ ହୋଇଯିବେ ଜାଣନ୍ତୁ!

୮ ବର୍ଷର ଛୁଆ ବନ୍ଧାକୋବି ତରକାରି ଖାଇବାରୁ ମସ୍ତିଷ୍କରେ ପୋକ ହୋଇ ୧୦୦ରୁ ଉର୍ଦ୍ଧ୍ୱ ଅଣ୍ଡା ମଧ୍ୟ ଦେଇଛି

ଟେପ୍‌ଓ୍ଵର୍ମ୍‌ ବା ଫିତାକୃମି ନାମକ ଏକ ଜାତୀୟ କୃମି ଅଛି ଯିଏ ବଞ୍ଚିବା ପାଇଁ ଅନ୍ୟ କାହାର ସହାୟତା ଥାଏ। ଏହାର ୫୦୦୦ ରୁ ଅଧିକ ପ୍ରଜାତି ଅଛନ୍ତି। ଏହା ୧ ମିଲିମିଟରରୁ ୧୫ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇ ପାରନ୍ତି। ଏହି କୃମିର ନିଜ ଶରୀରରେ ଖାଦ୍ୟ ହଜମ କରୁଥିବା ପ୍ରଣାଳୀ ନ ଥିବାରୁ ପଚା ଜିନିଷ ସବୁ ଖାଇଥା’ନ୍ତି।

ଶରୀରକୁ କେମିତି ପହଞ୍ଚିଥାଏ ଫିତାକୃମି
ଡାକ୍ତରଙ୍କ କହିବା ଅନୁସାରେ, ଘୁଷୁରି ମାଂସ ଖାଉଥିବା ଲୋକଙ୍କ ଶରୀରରେ ଏହି କୃମି ହେବାର ଆଶଙ୍କା ଅଧିକ ରହିଥାଏ। ଦୂଷିତ ବନ୍ଧାକୋବି, ପାଳଙ୍ଗ ଭଳି ଶାଗରେ ମଧ୍ୟ ଏହା ସଂକ୍ରମଣ ହେବାର ଭୟ ରହିଥାଏ। ମୁଖ୍ୟତଃ ବର୍ଷାଦିନେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ବ୍ୟତୀତ ଦୂଷିତ ପାଣି ଓ ମାଟିରେ ଚାଷ କରାଯାଇଥିବା ପନିପରିବାରୁ ମଧ୍ୟ ଏହା ସଂକ୍ରମିତ ହୋଇଥାଏ। ଦୂଷିତ ଓ ଠିକ୍‌ଭାବେ ସିଝି ନ ଥିବା ଘୁଷୁରି ମାଂସ, ମାଛ ଓ ପନିପରିବାରୁ ଏହି ଫିତାକୃମି ଶରୀରରେ ପ୍ରବେଶ କରିଥାଏ।
ଏହାର ଅଣ୍ଡାରୁ ବାହାରିଥିବା ଶୂକକୀଟ ବା ଲାର୍ଭା ରକ୍ତର ସ୍ରୋତରେ ମସ୍ତିଷ୍କରେ ପହଞ୍ଚିଥାଏ।

ଫିତାକୃମି ଶରୀରରେ ଥିବାର ଲକ୍ଷଣ କ’ଣ
ଅଧିକାଂଶ ସମୟ ମୁଣ୍ଡବିନ୍ଧା ବା ଫିଟ୍ସ୍‌ (ଅପସ୍ମାର) ହେଲେ। (ନ୍ୟୁରୋଲଜିଷ୍ଟ୍‍ଙ୍କୁ ଦେଖାନ୍ତୁ)
ଆଚରଣ ବା ଚାଲିଚଲଣରେ ଫରକ ଦେଖାଗଲେ ଏହାର ଲକ୍ଷଣ ହୋଇପାରେ
(କାରଣ ଏହାର ଶୂକକୀଟ ମସ୍ତିଷ୍କର ଯେଉଁ ଭାଗରେ ଥାଏ, ସେଠାର କାର୍ଯ୍ୟପ୍ରଣାଳୀକୁ ପ୍ରଭାବ ପକାଇଥାଏ)

କ’ଣ କରିବେ ଓ କେମିତି ବଞ୍ଚିବେ
ପନିପରିବାକୁ ଭଲଭାବେ ଧୋଇବା ପରେ ରାନ୍ଧି ଖାଆନ୍ତୁ।
ବିଶେଷ କରି ବର୍ଷାଦିନେ ସାଲାଡ୍‌ ଓ କଞ୍ଚା ପନିପରିବା ଖାଆନ୍ତୁ ନାହିଁ।
ଦୂଷିତ ମାଂସ ଓ ଠିକ୍‌ ଭାବେ ସିଝି ନ ଥିବା ମାଛ ଆଦି ଖାଆନ୍ତୁ ନାହିଁ।
ଫିଲ୍‌ଟର୍‌ ପାଣି ପିଅନ୍ତୁ, ଯଦି ସମ୍ଭବ ବର୍ଷାଦିନେ ପାଣି ଫୁଟାଇ ପିଅନ୍ତୁ।

ସମ୍ବନ୍ଧିତ ଖବର