ଦୌଡ଼ିବା ପୂର୍ବରୁ ମନେ ରଖି କରନ୍ତୁ ଏହି ଅଭ୍ୟାସ, ନଚେତ୍‌ ଭୟଙ୍କର ସମସ୍ୟାରେ ପଡ଼ିବେ!

ଦୌଡ଼ିବା ପୂର୍ବରୁ କ’ଣ ସବୁ ମାନିଲେ ଆପଣ ରହିବେ ସୁସ୍ଥ?

ଦୌଡ଼ିବା ପୂର୍ବରୁ ପରିସ୍ରା ଯାଆନ୍ତୁ ଓ ଠିକ୍‌ ପରିମାଣରେ ପାଣି ପିଅନ୍ତୁ, ଅଧିକ ପିଅନ୍ତୁ ନାହିଁ, ନଚେତ୍‌…. ବ୍ଲାଡର୍‌ ଫୁଲି ଯିବ, ପେଟ ଖରାପ ହେବ, ମୁଣ୍ଡ ବୁଲାଇବ ଓ ମସ୍ତିଷ୍କ କୋଷିକାରେ ସମସ୍ୟା ହୋଇପାରେ।

 

ଷ୍ଟ୍ରେଚିଙ୍ଗ୍‌ ଓ ଓ୍ଵାର୍ମଅପ୍‌ କରନ୍ତୁ, ନଚେତ୍‌…. ଶୀରା ପ୍ରଶୀରାରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜି ପାରେ।

 

ଦୌଡ଼ିବାର ଠିକ୍‌ ପୂର୍ବରୁ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ, ନଚେତ୍‌…. ହଜମକ୍ରିୟା କରାଉଥିବା ମାଂସପେଶୀରେ ଖରାପ ପ୍ରଭାବ ପଡ଼ିବ ଓ ଏହାଦ୍ୱାରା ପେଟ ଦରଜ ହେବା ସହ ବାନ୍ତି ଓ ଡାଇରିଆ ମଧ୍ୟ ହୋଇ ପାରେ।

 

ଦୌଡ଼ିବା ପୂର୍ବରୁ ଅଳ୍ପ ବା ଠିକ୍‌ ପରିମାଣରେ ପାଣି ପିଅନ୍ତୁ, ନଚେତ୍‌…. ଡିହାଇଡ୍ରେସନ୍‌ ହେବ, ଶରୀରରେ ସୋଡିୟମ୍‌ ଓ ଇଲେକ୍ଟ୍ରୋଲାଟ୍‌ସ୍‌ କମିଯିବା ଦ୍ୱାରା ମୁଣ୍ଡ ବିନ୍ଧିବ ଓ ବୁଲେଇବ, ଏହା ସହ ବାନ୍ତି ମଧ୍ୟ ହୋଇ ପାରେ।
ଦୌଡ଼ିବା ଜୋତା ପିନ୍ଧନ୍ତୁ, ହିଲ୍‌ ଥିବା ଜୋତା ବା ଅଧିକ ଢିଲା କିମ୍ବା ଅଧିକ ଟାଇଟ୍‌ ପିନ୍ଧନ୍ତୁ ନାହିଁ, ନଚେତ୍‌…. ପାଦ ଓ ତଳିପା ଦରଜ ହେବା ସହ ଗୋଡ଼ର ଗଣ୍ଠିଯାକ ଦରଜ ହୋଇ ପାରେ।
ସମ୍ବନ୍ଧିତ ଖବର