ସବୁଜ ପରିବା ଦେହ ପାଇଁ କେତେ ଜରୁରୀ ତାହା ପ୍ରାୟ ସମସ୍ତେ ଜାଣନ୍ତି। ସବୁଜ ପରିବା ଯେତେ ଅଧିକ ଖାଇବା ସେତେ ଅଧିକ ସୁସ୍ଥ ରହିବା। ସବୁ ପରିବାର ଭିନ୍ନ ଭିନ୍ନ ଗୁଣ ରହିଛି। ସେହିପରି ଏକ ପରିବା ହେଉଛି ଭେଣ୍ଡି। ଯାହାକୁ ଖାଇବା ଦ୍ବାରା ବହୁ ଉପକାର ମିଳିଥାଏ।
ଭେଣ୍ଡିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ୍ ରକ୍ତରେ ସର୍କରା ପରିମାଣକୁ ନିୟନ୍ତ୍ରଣ କରେ। ଏହା ମଦୁମେହ ରୋଗୀଙ୍କ ପାଇଁ ଖୁବ୍ ଭଲ। ଭେଣ୍ଡୀ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ସଦୃଶ। ଭେଣ୍ଡିକୁ ଆପଣ ନିଜର ଦୈନନ୍ଦିନ ଡାଏଟ୍ରେ ବି ସାମିଲ୍ କରିପାରନ୍ତି। ଏଥିରେ ଓଜନ ହ୍ରାସ କରିବାର କ୍ଷମତା ବି ରହିଛି ବୋଲି ଶୁଣିବାକୁ ମିଳେ। ପିଲାଦିନେ ଆପଣ ବହିରେ ପଢ଼ିଥିବେ ଭେଣ୍ଡି ଏକ ଭଲ ପରିବା। ଏବେ ଆପଣ ଦୈନନ୍ଦିନ ଭେଣ୍ଡି ଖାଇଲେ ତାହା କେତେ ସତ ଜାଣିପାରିବେ।
View this post on Instagram
ନିକଟରେ ବଲିଉଡ୍ ଅଭିନେତ୍ରୀ ଭାଗ୍ୟାଶ୍ରୀ ଏକ କଞ୍ଚା ଭେଣ୍ଡି ଖାଉଥିବାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଯାହାକି ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଭିଡିଓରେ ଭାଗ୍ୟଶ୍ରୀଙ୍କ ପରିବା ବଗିଚା ଦେଖିବାକୁ ମିଳିଛି। ସେଥିରେ ତାଙ୍କ ସହ ତାଙ୍କ ସ୍ବାମୀ ମଧ୍ୟ ନଜର ଆସୁଛନ୍ତି। ଏତେ ସତେଜ ଭେଣ୍ଡି ପାଇଁ ସେ ସବୁ ଶ୍ରେୟ ନିଜ ସ୍ବାମୀଙ୍କୁ ଦେଉଥିବା ବେଳେ ଭାଗ୍ୟଶ୍ରୀ କଞ୍ଚା ଭେଣ୍ଡି ବି ଖାଇପାରନ୍ତି ବୋଲି ତାଙ୍କ ସ୍ବାମୀ କହୁଥିବାର ଦେଖିବାକୁ ମିଳିଛି। ତେବେ ଭାଗ୍ୟଶ୍ରୀଙ୍କ ପରି ଆପଣ ବି ଯଦି ଫିଟ୍ ରହିବାକୁ ଚାହାନ୍ତି ତେବେ ଭେଣ୍ଡି ଖାଇବାର ଅଭ୍ୟାସ ଆରମ୍ଭ କରନ୍ତୁ।