ଭୂଇଁ ଅଁଳାର ଗଛ ସାଧାରଣତଃ ଅଁଳା ଗଛ ପରି ଦେଖାଯାଇଥାଏ। ଏହା କୌଣସି ବି ଗଛ ସହିତ ଉଠିଥାଏ। ଅଁଳା ଠାରୁ ଏହା ଅଧିକ ଗୁଣକାରୀ ବୋଲି କୁହାଯାଏ । ଏହା ଲିଭର, କିଡନି ଓ ପାଚନ କ୍ରିୟାରେ ହେଉଥିବା ସମସ୍ୟା ଭଲ କରିବାରେ ସାହାଯ୍ୟ କରିଥାଏ।
ଶ୍ରାବଣ ମାସରେ ବହୁତ ବର୍ଷା ହୋଇଥାଏ। ଦେହ ଖରାପ ହେବାର ସମ୍ଭାବନା ଥାଏ। ଏଥିପାଇଁ ଭୂଇଁ ଅଁଳା ଗଛକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରି ରଖନ୍ତୁ। ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ୨ରୁ ୩ ଚାମଚ ପାଣିରେ ଏହାକୁ ମିଶାଇ ଖାଆନ୍ତୁ। ଏହାର ଜୁସ୍ ମଧ୍ୟ ପିଇଲେ ଭଲ। ଶ୍ରାବଣ ମାସରେ ଏହି ଚାରାକୁ ଲଗାନ୍ତୁ। ଏହି ମାସରେ ଲଗାଇବା ଦ୍ୱାରା ପାଣି ପ୍ରଚୁର ପରିମାଣରେ ମିଳିଥାଏ। ଏହାର କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା କୌଣସି ଲିଭର ସମସ୍ୟା ହୋଇ ନ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାରେ ମଧ୍ୟ ଭୂଇଁ ଅଁଳା ସାହାଯ୍ୟ କରିଥାଏ।
/sambad/media/post_attachments/wp-content/uploads/2018/07/556c5f2d41bcf4a42c23277a24a93c40_1499672475-300x137.jpg)
ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଏହାଦ୍ୱାରା ଭଲ ହୋଇଯାଇଥାଏ। ଏହାର ପତ୍ରକୁ ଚୋବେଇ ଖାଇବା ଦ୍ୱାରା ମୁହଁରେ ହୋଇଥିବା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ। ବର୍ଷା ଦିନରେ ଥଣ୍ଡା ହୋଇଥିଲେ ସମାନ ପରିମାଣର ତୁଳସୀ ପତ୍ର ସହିତ ଭୂଇଁ ଅଁଳା ପତ୍ରକୁ ମିଶାଇ କାଢା ପ୍ରସ୍ତୁତ କରି ପିିଇବା ଦ୍ୱାରା ଲାଭ ମିଳିଥାଏ। ଯଦି କୌଣସି କାରଣବଶତଃ ପେଟରେ ଯନ୍ତ୍ରଣା ହେଉଥାଏ, ଏହାର କାଢା ପ୍ରସ୍ତୁତ କରି ପିଅନ୍ତୁ। ପେଟର ଯନ୍ତ୍ରଣା ଭଲ ହୋଇଯିବ।