ମଥାରେ ବିନ୍ଦି ବା ତିଳକ ଲଗାଇଲେ ଏହି ଫାଇଦା ମିଳିଥାଏ

ଆମେ ଘରେ ବା ମନ୍ଦିରକୁ ଗଲେ ମଥାରେ ତିଳକ ଲଗାଇ ଥାଉ। ସାଧାରଣତଃ ଚନ୍ଦନ,ହଳଦୀ,ଭଷ୍ମ ଓ କୁମ୍‌କୁମ୍‌ର ଟିକା ନିଜ ମଥାରେ ଲଗାଇ ଥାଉ । କିନ୍ତୁ ଏହା ପଛରେ କେବଳ ଧାର୍ମିକ କାରଣ ନାହିଁ, କିଛି ବୈଜ୍ଞାନିକ କାରଣ ବି ରହିଛି। ଆସନ୍ତୁ ସେଭଳି ଖାସ୍‌ ୩ଟି କାରଣ ସଂପର୍କରେ ଜାଣିବା। ମଥାରେ ବିନ୍ଦି ବା ତିଳକ ଲଗାଇଲେ ଏହି ସବୁ ଫାଇଦା ମିଳିଥାଏ ।
ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ :- ମନୋବୈଜ୍ଞାନିକମାନଙ୍କ ମତ ଅନୁଯାୟୀ, ଆପଣ ଯଦି ଦୁଇ ଭ୍ରୁଲତା ମଧ୍ୟରେ ଥିବା ଅଗ୍ନିଚକ୍ରରେ ତିଳକ ଲଗାଉଛନ୍ତି,ତେବେ ଆପଣଙ୍କ ଶରୀରରେ ଶକ୍ତି ସଞ୍ଚାରିତ ହୋଇଥାଏ। ଏହି କାରଣରୁ ମହିଳାମାନେ ମଧ୍ୟ ନିଜ ମଥାରେ ବିନ୍ଦି ଲଗାଇଥା’ନ୍ତି। ମଥାରେ ତିଳକ ଲଗାଇଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

ଶାନ୍ତି ମିଳେ :-ମଥାରେ ତିଳକ ଲଗାଇଲେ ବ୍ୟକ୍ତିକୁ ଶାନ୍ତି ମିଳିଥାଏ। ହଳଦୀ ତିଳକରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଥାଏ,ଯାହା କେତେକ ରୋଗରୁ ମଧ୍ୟ ଆମ ଶରୀରକୁ ରକ୍ଷା କରିଥାଏ।

photo-amarujala

ଉଦାସୀନତା ଦୂର ହୋଇଥାଏ:- ଏହା ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଚନ୍ଦନ ତିଳକ ମଥାରେ ଲଗାଇଲେ ମସ୍ତିଷ୍କରେ ସେରାଟୋନିଜ୍‌ ଓ ବିଟା ଏଣ୍ଡୋର୍ଫିନ୍‌ର ସ୍ରାବ ସନ୍ତୁଳିତ ଉପାୟରେ ପ୍ରବାହିତ ହୋଇଥାଏ। ଏହା ଫଳରେ ମନରୁ ଉଦାସୀନତା ଦୂର ହୋଇଥାଏ ଓ ମନରେ ସ୍ଫୁର୍ତ୍ତି ଜାଗ୍ରତ ହୋଇଥାଏ। ଏହା ଫଳରେ ମନୁଷ୍ୟ ଭଲ କାମରେ ମନୋବିବେଶ କରିବାକୁ ଇଛା କରିଥାଏ। ଖାଲି ସେତିକି ନୁହେଁ, ମୁଣ୍ଡବିନ୍ଧା ହେଉଥିଲେ ବି ସେଥିରୁ ତ୍ରାହି ମିଳିଥାଏ।

ସମ୍ବନ୍ଧିତ ଖବର