ନିରାଶ୍ରିତଙ୍କ ସହ ଜନ୍ମଦିନ ପାଳିଲେ ଲକ୍ଷ୍ମୀସାଗରର ବାସିନ୍ଦା ସଂଜୀବ କୁମାର ହରିଚନ୍ଦନ ଓ ବନ୍ଦନା ହରିଚନ୍ଦନ

ତାରକା ହୋଟେଲ୍‌ରେ ‌ସାଙ୍ଗ ସାଥୀଙ୍କୁ ନେଇ ଭୋଜିଭାତର ଆସର ମଧ୍ୟରେ ଜନ୍ମ ଦିନ ପାଳନ କରିବା ଏକ ଫ୍ୟାସନ୍‌ ପାଲଟିଛି। ପାର୍ଟି ଆୟୋଜନ କରି ମଦ୍ୟପାନରେ ଆପାୟିତ କରିବାକୁ ହୃଦୟ ଖୋଲା ଖର୍ଚ କରିବାକୁ ବି ଅନେକ ପଛାଉନାହାନ୍ତି। ମାତ୍ର ନିଜ ପୁଅର ଜନ୍ମଦିନକୁ ନିଃସହାୟ ରୋଗୀଙ୍କ ଗହଣରେ ପାଳନ କରି ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ଲକ୍ଷ୍ମୀସାଗରର ବାସିନ୍ଦା ସଂଜୀବ କୁମାର ହରିଚନ୍ଦନ ଓ ବନ୍ଦନା ହରିଚନ୍ଦନ। କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସଂକ୍ରାମକ ବିଭାଗରେ ଚିକିତ୍ସିତ ନିରାଶ୍ରିତ ରୋଗୀଙ୍କୁ ଖାଦ୍ୟ, ବେଡ୍‌ସିଟ୍‌ ବାଣ୍ଟି ସେମାନଙ୍କ ଆରୋଗ୍ୟ କାମନା ସହ ନିଜ ପୁଅ ଡୁଡୁନ୍‌ର ଜନ୍ମଦିନ ପାଳନ କରିଛନ୍ତି। ସାମାଜିକ କର୍ମୀ ସୁଶାନ୍ତ ସାହୁ, ଗୋପୀମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ନାରାୟଣ ଚନ୍ଦ୍ର ଓଝା, ଶୁଭ୍ରାଂଶୁ ପଣ୍ଡା, ପ୍ରଦୀପ ମହାପାତ୍ର, ଜ୍ୟୋତିପ୍ରକାଶ ସ୍ବାଇଁ, ବିକାଶ ରାଉତ, ପ୍ରସନ୍ନ ନାୟକ ପ୍ରମୁଖ ଡୁଡୁନ୍‌ଙ୍କ ଏହି ନିଆରା ଜନ୍ମଦିନ‌ରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର