ଆମ ଜୀବନ‌ଶୈଳୀ ହିଁ ଆମ ଶାରୀରିକ ସୁସ୍ଥତା ଓ ଅସୁସ୍ଥତାର କାରଣ ହୋଇଥାଏ। ଠିକ୍‌ ଭାବେ ଖାଦ୍ୟ, ପାନୀୟ ଗ୍ରହଣ କଲେ ଆଜିକାଲି ହେଉଥିବା ବିଭିନ୍ନ ପ୍ରକାରର ରୋଗକୁ କିଛି ମାତ୍ରାରେ ହ୍ରାସ କରାଯାଇପାରେ।

Advertisment

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି। ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି। ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ଉପଶମ କଷ୍ଟକର, ମାତ୍ର ରୋଗକୁ ଆୟତ୍ତରେ ରଖାଯାଇପାରେ। ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇପାରେ।

ତେବେ ଆପଣ ଯଦି ଏହି ରୋଗକୁ ଆୟତ୍ତରେ ରଖିବାକୁ ଚାହାନ୍ତି ତେବେ ଆପଣଙ୍କୁ କିଛି କଥା ମାନିବାକୁ ପଡ଼ିବ। କିଛି ପରିବା ରହିଛି ଯାହାକି ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଲାଭପ୍ରଦ। କଲରା ବ୍ୟତୀତ ଆପଣଙ୍କ ପାଇଁ ଅନ୍ୟ କିଛି ଭଲ ପରିବା ହୋଇ ନ ଥାଏ। ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା, କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ୍‌ କରାଯାଇପାରେ।

ଏହି ପିତା ପରିବାରେ ରହିଛି ପ୍ଲାଣ୍ଟ୍‌ ଇନ୍‌ସୁଲିନ୍‌ ପୋଲିପେପ୍‌ଟାଇଡ୍‌-ପି ତତ୍ତ୍ୱ। ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲିସେମିଆ କମ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ।

ଆପଣ କଲାରାକୁ ଭଜା, ତରକାରି ଯେପରି ବି ଖାଇପାରିବେ। ମାତ୍ର ମନେ ରଖନ୍ତୁ ଯଦି କଲରା ଜୁସ୍‌ ବନାଉଛନ୍ତି ତେବେ ସେଥିରୁ ମଞ୍ଜି ନିଶ୍ଚୟ କାଢ଼ି ଦିଅନ୍ତୁ।