ସିଓଲ୍‌ : ଆମେ ସମସ୍ତେ ଜାଣିଛୁ ଯେ ଅତ୍ୟାଧିକ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ଅଟେ । ଏହା ସତ୍ତ୍ୱେ ଆମେ ମଦ ପିଇବା ଛାଡ଼ିବା ବଦଳରେ ଦିନକୁ ଦିନ ମଦ ପିଇବା ଲୋକଙ୍କ ସଂଖ୍ୟା ବଢିବାବାରେ ଲାଗିଛି । ଚାହିଦା ଥିବା ହେତୁ ବଜାରରେ ବିଭିନ୍ନ ପ୍ରକାରର ମଦ ମିଳିଥାଏ, ଦେଶୀରୁ ଅରମ୍ଭ କରି ବିଦେଶୀ ପର୍ଯ୍ୟନ୍ତ ଅନେକ କିସମର ମଦ ଉପଲବ୍ଧ। କିନ୍ତୁ ଦକ୍ଷିଣ କୋରିଆରେ ମିଳୁଥିବା ଏହି ମଦ ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମଦ ଛୋଟ ପିଲାଙ୍କ ମଳରୁ ତିଆରି କରାଯାଏ । ଏହା ଶରୀର ପାଇଁ ଲାଭଦାୟକ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହି ମଦର ଉପକାରିତା ବିଷୟରେ ।

Advertisment

publive-image

କୋରିଆର ଡାକ୍ତର ଲି ଚାଂ ସୁ ମଣିଷ ମଳରେ ମଦ ତିଆରି କରିଛନ୍ତି । ମଳ ଦ୍ୱାରା ତିଆରି ମଦକୁ ଲୋକେ ସାଂନ୍ଗସୁଲ୍‌ (Ttongsul) କହନ୍ତି । ଡାକ୍ତରଙ୍କ କହିବା ଅନୁଯାଇ ମଦକୁ ପ୍ରସ୍ତୁତ କରିବା ପାଇଁ ଛୋଟ ପିଲାଙ୍କ ମଳ ସହ ଆଲକହଲ ମିଶା ଯାଇଥାଏ । ଏଥିରେ ଆଲକହଲ ପରିମାଣ ୯%। ଏହି ମଦକୁ ସେବନ କରିବା ଦ୍ୱାରା ଶରୀରରେ ଥବା ଦରଜ କମିଥାଏ । ହାଡ ଭଙ୍ଗିଥିବା ଲୋକଙ୍କ ପାଇଁ ଏହା ଲାଭଦାୟକ ଅଟେ । ଏହା ଛଡା ଶରୀରରେ ଥିବା ବିଭିନ୍ନ ରୋଗକୁ ଏହା ଅତି ସହଜରେ ଭଲ କରିଥାଏ । ୩ରୁ ୪ ବର୍ଷ ଶିଶୁଙ୍କ ମଳରେ ତିଆରି ମଦ ଅଧିକ ଫଳପ୍ରଦ ହୋଇଥାଏ ଓ ଏହା ବେଶି ଗନ୍ଧ ମଧ୍ୟ ହୁଏ ନାହିଁ ।