କଳାଜିରାକୁ ଆମେ ବିଭିନ୍ନ ରୂପରେ ବ୍ୟବହାର କରିଥାଉ। ଏଥିରେ ସାଧାରଣତଃ ଆଇରନ୍,କ୍ୟାଲ୍ସିଅମ୍,ପୋଟାସିଅମ୍ ଏବଂ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏହା ଏମିନୋ ଏସିଡ ଏବଂ ପ୍ରୋଟିନରେ ମଧ୍ୟ ଭରପୁର ଅଟେ। ଏହି କାରଣରୁ ଏହା ସ୍ବାସ୍ଥ୍ୟ ଲାଗି ବିଶେଷ ଉପକାରୀ ବୋଲି ମନେହୁଏ । ଏହି କାରଣରୁ ଆୟୁର୍ବେଦ ବିଶେଷଜ୍ଞମାନେ ଔଷଧମାନଙ୍କରେ ଏହାର ପ୍ରୟୋଗ କେଉଁ କାଳରୁ କରିଆସୁଛନ୍ତି। ଏଥିସହିତ କଳାଜିରାରେ ବି ଏପରି କିଛି ଗୁଣ ଅଛି, ଯାହାକୁକି ଅନେକ ଅସାଧ୍ୟ ରୋଗ ଲାଗି ପ୍ରୟୋଗ ମଧ୍ୟ କରାଯାଏ।
ତେବେ କଳାଜିରା ଏକ ପ୍ରକାରର ବୀଜ ଅଟେ। ତେବେ ଭାରତର ହାରାହାରି ପ୍ରତ୍ୟେକ ରୋଷେଇ ଗୃହରେ କଳାଜିରାର ବ୍ୟବହାର କରାଯିବା ସହିତ କଳାଜିରାରେ ମଜ୍ଭୁତ ହୋଇ ରହିଥିବା ତତ୍ତ୍ୱ ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିବାରେ ବି ବିଶେଷ ସହାୟକ ହୋଇଥାଏ। ଏହାଛଡ଼ା କଳାଜିରାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟସ୍ ରହିଥିବା ଯୋଗୁଁ ଏହା କର୍କଟ ଭଳି ବ୍ୟାଧିଠାରୁ ମଧ୍ୟ ଆମକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ।
ଏହାବ୍ୟତୀତ କଳାଜିରା ରକ୍ତରେ ରହିଥିବା ବିଷାକ୍ତ ପଦାର୍ଥକୁ ସଫା କରିବାର କାର୍ଯ୍ୟ ବି କରିଥାଏ। ତେଣୁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଏହାର ପ୍ରୟୋଗ କରିବା ସ୍ୱାସ୍ଥ୍ୟ ଲାଗି ଅଧିକ ଲାଭପ୍ରଦ ଅଟେ।