ଯଦି ଆପଣଙ୍କର ଶୁଗାର୍ ନିୟନ୍ତ୍ରଣରେ ରହୁ ନାହିଁ,ତେବେ ଆପଣଙ୍କ ପାଇଁ କଳା ବିଲାତି ବାଇଗଣ ରାମବାଣ ସାବ୍ୟସ୍ତ ହୋଇପାରିବ। ଅବଶ୍ୟ କଳା ବିଲାତି ବାଇଗଣ ଭାରତରେ ଉତ୍ପାଦିତ ହେଉନାହିଁ। କିନ୍ତୁ ମଧୁମେହ ରୋଗୀମାନଙ୍କ ପାଇଁ ଭାରତ ବାହାରରୁ ମଗାଯାଇପାରିବ।
କଳା ବିଲାତି ବାଇଗଣ ସର୍ବପ୍ରଥମେ ବ୍ରିଟେନ୍ରେ ଉତ୍ପନ୍ନ ହୋଇଥିଲା। ଏହି ଟମାଟୋକୁ ଉତ୍ପାଦନ କରିବାର ଶ୍ରେୟ ମିଳେ ରେ ବ୍ରାଉନ୍ଙ୍କୁ।ଏହି ବିଲାତି ବାଇଗଣକୁ ଜେନେଟିକ୍ ମ୍ୟୁଟେସନ୍ ପଦ୍ଧତିରେ ଉତ୍ପନ୍ନ କରାଯାଇଛି।ଏବେ ଆସନ୍ତୁ ଜାଣିବା ଏହାର ଫାଇଦା -
କଳା ବିଲାତି ବାଇଗଣରେ ଫ୍ରି ରେଡିକାଲ୍ସ ସହିତ ଲଢ଼ିବାର କ୍ଷମତା ଥାଏ। ଫ୍ରି ରେଡିକାଲ୍ସ ଥିଲେ ସୁସ୍ଥ କୋଷଗୁଡିକର କ୍ଷତି କରିଥାଏ।
ଏହି ବିଲାତି ବାଇଗଣ ଆଖିପାଇଁ ଲାଭଦାୟକ।ଏହା ଶରୀରର ଭିଟାମିନ୍ ଏ ଓ ଭିଟାମିନ୍ ସି ର ଆବଶ୍ୟକତାକୁ ପୂରଣ କରିଥାଏ। ଭିଟାମିନ୍ ଏ ଆଖିପାଇଁ ଖୁବ୍ ଲାଭଜନକ।
ଯଦି ଆପଣ ନିୟମିତଭାବେ କଳା ବିଲାତି ବାଇଗଣ ସେବନ କରନ୍ତି,ତେବେ ଆପଣଙ୍କୁ ହୃଦ୍ଜନିତ ରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ।ଏଥିରେ ଥିବା ଆନ୍ଥୋସାଇନିଜ୍ ଆପଣଙ୍କୁ ହୃଦ୍ଘାତରୁ ରକ୍ଷା କରିଥାଏ। ଖାଲିସେତିକି ନୁହେଁ ଏହା ହୃଦୟକୁ ମଧ୍ୟ ସୁରକ୍ଷା ଦେଇଥାଏ।
କଳା ବିଲାତି ବାଇଗଣ ଆଣ୍ଟି ଅକ୍ସିଡେଣ୍ଟ ମିନେରାଲ୍ସ ଯଥା ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ମିଳିଥାଏ। ଏହା ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତତ୍ତର କରିଥାଏ। ଏହା ଦ୍ୱାରା ରକ୍ତଚାପଜନିତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ।
/sambad/media/post_attachments/wp-content/uploads/2018/07/black-tomato-70-seeds-pack-original-imaeffbwuyx7tmsm-300x300.jpeg)
କଳା ବିଲାତି ବାଇଗଣ ଖାଇଲେ ମୋଟାପା ମଧ୍ୟ ଦୂର ହୋଇଥାଏ ,ଓଜନ କମିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Black-Purple-Tomato-Cultivation.jpg)