ଏହି କୌଶଳ ପ୍ରୟୋଗ କରି କୌଣସି ବୟସରେ ବି ଧଳା ହୋଇଯାଇଥିବା କେଶକୁ କରନ୍ତୁ କଳା

ନିଜ ଘରେ ବସି ତିଆରି କରିପାରିବେ, ଜାଣନ୍ତୁ କେମିତି….

ବୟସ ବଢ଼ିବା ସହ କେଶ ଧଳା ହେବା ସାଧାରଣ, କିନ୍ତୁ ଆଜିକାଲି ବହୁ ଲୋକଙ୍କର କମ୍‌ ବୟସରୁ ମଧ୍ୟ କେଶ ଧଳା ପଡ଼ିଯାଏ। ଆମର କେଶକୁ କଳା ରଙ୍ଗ ମେଲାଲିନ୍‌ (Melanin) ନାମକ ପିଗ୍‌ମେଣ୍ଟ୍‌ କାରଣରୁ ହୋଇଥାଏ। ଏହି ପିଗ୍‌ମେଣ୍ଟ୍‌ କେଶର ମୂଳ ଅଂଶର କୋଶରେ ମିଳିଥାଏ। ଯେତେବେଳେ ମେଲାନିନ ତିଆରି ହେବା ବନ୍ଦ ହୋଇଯାଏ କିମ୍ବା କମ୍‌ ତିଆରି ହୁଏ। ଫଳରେ କେଶ ଧଳା ହେବା ଆରମ୍ଭ ହୋଇଥାଏ। ଏହି ସମସ୍ୟାକୁ କିଛି ଉପାୟରେ କଣ୍ଟ୍ରୋଲ କରାଯାଇପାରିବ। ଆୟୁର୍ବେଦ ବିଶେଷଜ୍ଞ କହିବା ଅନୁସାରେ ଯଦି ଠିକ୍‌ ସମୟରେ ଏହି ପଦ୍ଧତି ଅବଲମ୍ବନ କରୁଛନ୍ତି ତା’ହେଲେ ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ଓ ଧଳା କେଶକୁ ପୁଣି କଳା କରାଯାଇ ପାରିବ।

ନଡ଼ିଆ କ୍ଷୀରକୁ ଗରମ କରି ତେଲ ବାହାର କରି ଦିଅନ୍ତୁ।

ନିଜେ ତିଆରି କରିଥିବା ଦେଢ଼ କପ୍‌ ନଡ଼ିଆ ତେଲରେ ଅଧା-ଅଧା କପ୍‌ ଅଁଳା ଓ ଏଲୋବେରା ଜେଲ୍‌ ମିଶାଇ ଦିଅନ୍ତୁ।

ତିଆରି ହୋଇଥିବା ଦ୍ରବଣକୁ ୮ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ।

ଥଣ୍ଡା ହେଲା ପରେ ଏହାକୁ ଛାଣିକି ଖରାରେ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ରଖନ୍ତୁ।

ତିଆରି ହୋଇଥିବା ଏହି ତେଲକୁ ପ୍ରତି ଦୁଇଦିନ ଛାଡ଼ିକି କେଶରେ ମାଲିସ୍‌ କରନ୍ତୁ।

ସମ୍ବନ୍ଧିତ ଖବର