ପ୍ରାକୃତିକ ଉପାୟରେ ଘରେ ବସି ମୁହଁକୁ ବ୍ଲିଚ୍‌ କରନ୍ତୁ !

ଆଜିକାଲି ସୁନ୍ଦର ଦେଖାଯିବା ଏକ ପ୍ରକାରର ଫେସନ୍‌ରେ ପରିଣତ ହେଲାଣି।କାହିଁକିନା ସୁନ୍ଦର ଦିଶୁଥିବା ବ୍ୟକ୍ତିର ଚାହିଦାଟି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କଠୁ ଅଧିକା। ଆଉ ଯଦି ଆପଣ ବି ଏହି କ୍ରମରେ ସାମିଲ୍‌ ହେବାକୁ ଚାହୁଁଛନ୍ତି ତ ,ତେବେ ଆପଣ ଘରେ ବସି ପ୍ରାକୃତିକ ଉପାୟରେ ଆପଣଙ୍କ ମୁହଁକୁ ବ୍ଲିଚ୍‌ କରାନ୍ତୁ ଏବଂ ନିଜଠାରେ ଏକ ଗୋରା ଓ ଚମକଦାର ପରିବର୍ତ୍ତନ ଦେଖନ୍ତୁ।

ଆବଶ୍ୟକୀୟ ସାମଗ୍ରୀ:
୧ ଚାମଚ ଦହି।
୧ ଚାମଚ ବେସନ।
୧/୨ ଲେମ୍ବୁର ରସ।
ପ୍ରସ୍ତୁତି :ପ୍ରଥମତଃ ଆପଣ ଏକ ପାତ୍ରରେ ୧ ଚାମଚ ଦହି,୧ ଚାମଚ ବେସନ ଓ ୧/୨ ଲେମ୍ବୁର ରସକୁ ନେଇ ଭଲଭାବରେ ମିଶ୍ରଣ କରନ୍ତୁ। ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ମିଶ୍ରଣକୁମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ। ତେବେ ଏଥିରୁ ଭଲ ରେଜଲ୍ଟ ପାଇବାକୁ ହେଲେ ଆପଣଙ୍କୁ ଏହାର ପ୍ରୟୋଗଟି ସପ୍ତାହକ ମଧ୍ୟରେ ୩ ଥର କରିବାକୁ ହେବ।

ସମ୍ବନ୍ଧିତ ଖବର