ରକ୍ତରେ ଲୋହିତ ରକ୍ତକଣିବା ବା ହିମୋଗ୍ଲୋବିନ୍ର ମାତ୍ରା କମିଗଲେ, ରକ୍ତହୀନତା ସମସ୍ୟା ଦେଖାଯାଏ। ହିମୋଗ୍ଲୋବିନ୍ ଲୋହିତ ରକ୍ତକଣିକାର ପ୍ରୋଟିନ୍ ଅ˚ଶ। ଏହା ରକ୍ତରେ ଅମ୍ଳଜାନ ଧରିରଖେ। ଏଣୁ ହିମୋଗ୍ଲୋବିନ୍ କମିଯିବା ଦ୍ବାରା ଶରୀରରେ ଅମ୍ଳଜାନର ମାତ୍ରା ମଧୢ କମିିଯାଏ। ଖାଦ୍ୟପେୟରେ ଅନିୟମିତତା କି˚ବା ଅନ୍ୟ କୌଣସି ରୋଗ କାରଣରୁ ରକ୍ତହୀନତାରେ ପଡ଼ିପାରନ୍ତି। ଆଖି ହଳଦିଆ ଦିଶିବା, ଛାତିରେ ଦରଜ ହେବା, ଦୁର୍ବଳ ଓ ଥକ୍କା ଅନୁଭବ ହେବା, ମା˚ସପେଶୀ ଦୁର୍ବଳ ହୋଇପଡ଼ିବା, ମୁଣ୍ତ ବୁଲାଇବା, ତ୍ବଚା ଓ ନଖର ର˚ଗ ହଳଦିଆ ଦିଶିବା, ସକାଳେ ଉଠିଲେ ଆଖିକୁ ଜାଲୁଜାଲୁଆ ଦେଖାଯିବା, ଶ୍ବାସକ୍ରିୟାରେ ତୀବ୍ରତା, ହାତଗୋଡ଼ ଥଣ୍ତା ପଡ଼ିଯିବା, ଝାଡ଼ାର ର˚ଗ ବଦଳିଯିବା ଆଦି ରକ୍ତହୀନତାର ଲକ୍ଷଣ।
ଶରୀରରୁ ରକ୍ତ କ୍ଷୟ, ଅଧିକ ରକ୍ତର ଆବଶ୍ୟକତା ଓ ଶରୀରରେ କମ୍ ରକ୍ତ ତିଆରି ହେବା ରକ୍ତହୀନତାର ତିନିଟି ମୁଖ୍ୟ କାରଣ। ଦୁର୍ଘଟଣା, ରକ୍ତବାନ୍ତି, ସ୍ତ୍ରୀଲୋକମାନଙ୍କର ଅଧିକ ରକ୍ତସ୍ରାବ ଏହାର କାରଣ। ଅନ୍ୟ ଏକ କାରଣ ହେଉଛି ରକ୍ତ ଭାଙ୍ଗି ନଷ୍ଟ ହୋଇଯିବା ଅର୍ଥାତ୍ ସିକଲ୍ ସେଲ୍ ଆନେମିଆ, ଥାଲାସେମିଆ ଏବ˚ ସ˚କ୍ରମଣ ଯଥା ମାଲେରିଆ ଯୋଗୁଁ ମଧୢ ରକ୍ତହୀନତା ହୋଇଥାଏ। ତୃତୀୟ କାରଣ ହେଉଛି ଶରୀରରେ ରକ୍ତ କମ୍ ତିଆରି ହେବା ଅର୍ଥାତ୍ ଲୌହହୀନତା, ଭିଟାମିନ୍ ବି୧୨ ଓ ଫୋଲିକ୍ ଏସିଡ୍ର ଅଭାବ ଏବ˚ କିଛି କର୍କଟ ରୋଗ ଯୋଗୁଁ ଶରୀରରେ ରକ୍ତ ତିଆରି କମିଯାଏ। ଏ କ୍ଷେତ୍ରରେ ଭିଟାମିନ୍ ବି୧୨ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଶାକାହାରୀ ତଥା ମଦ୍ୟପାନକାରୀଙ୍କ କ୍ଷେତ୍ରରେ ଏହି ଭିଟାମିନ୍ ହ୍ରାସ ହେବାର ଆଶଙ୍କା ଅଧିକ। ଏଥି ପ୍ରତି ସଚେତନ ରହନ୍ତୁ। ସେହି ପରି ଶରୀରରେ ଦୁର୍ଘଟଣାଜନିତ ରକ୍ତସ୍ରାବ କି˚ବା କୌଣସି ଅଙ୍ଗ କଟିଗଲେ, ତୁରନ୍ତ ଚିକିତ୍ସିତ ହେବା ଉଚିତ। ନଚେତ୍ ଅଧିକ ରକ୍ତକ୍ଷରଣ ଯୋଗୁଁ ରକ୍ତହୀନତାରେ ପଡ଼ିପାରନ୍ତି। ଉପଯୁକ୍ତ ଖାଦ୍ୟପେୟ ଓ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇଲେ ରକ୍ତହୀନତାର ପଡ଼ିବା ଆଶଙ୍କା କମ୍।