ଏହି ବ୍ଲଡ୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ରହିଥାଏ

ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ଅନେକ ନୂଆ ନୂଆ ରୋଗ ସୃଷ୍ଟି ହେଉଛି । ପରିବେଶ ପ୍ରଦୂଷଣ, କାମର ଚିନ୍ତା ଏବଂ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଖାସ୍‌ କରି ହୃଦ୍‌ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଖରାଦିନ ଅପେକ୍ଷା ଶୀତ ଦିନେ ହୃଦ୍‌ଘାତର ଆଶଙ୍କା ଅଧିକ ଥିବା ସହ ହୃଦ୍‌ଘାତ ହେବା ବ୍ଲଡ଼୍‍ ଗ୍ରୁପ୍‌ ଉପରେ ମଧ୍ୟ ନିର୍ଭର କରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଗବେଷଣା ଅନୁଯାୟୀ, ଓ ବ୍ଲଡ଼୍‍ ଗ୍ରୁପ୍‌କୁ ଛାଡ଼ି ଦେଲେ ଅନ୍ୟ ସବୁ ବ୍ଲଡ଼୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତର ଆଶଙ୍କା ଅଧିକ ଦେଖାଯାଇଥାଏ ।

acttowardallergy.com

ନେଦରଲ୍ୟାଣ୍ଡରେ ଥିବା ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଗବେଷକ ତୀସା କୋଲେଙ୍କ କହିବା ଅନୁଯାୟୀ, ଓ ବ୍ଲଡ଼୍‍ ଗ୍ରୁପ୍‌ ତୁଳନାରେ ଅନ୍ୟ ସବୁ ବ୍ଲଡ଼୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ୯ପ୍ରତିଶତ ଅଧିକ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ । ଓ ବ୍ଲଡ଼୍‍ ଗ୍ରୁପ୍‌କୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ଲଡ଼୍‍ ଗ୍ରୁପ୍‌ରେ ରକ୍ତଜମାଟକାରୀ ପ୍ରୋଟିନ୍‌ ଅଧିକ ରହିଥାଏ, ଯାହା ହୃଦ୍‌ଘାତ ଆଶଙ୍କାକୁ ବଢ଼ାଇଥାଏ ।

ସମ୍ବନ୍ଧିତ ଖବର