କେଉଁ ବ୍ଲଡଗ୍ରୁପର ଲୋକ ହୃଦଘାତର ଶିକାର ହୁଅନ୍ତି ?

ଆଜିକାଲି ଅନେକ ଲୋକ ହୃଦରୋଗର ନାଆଁ ଶୁଣିଲେ ଭୟଭୀତ ହୁଅନ୍ତି। ସମସ୍ତେ ଭାବନ୍ତି ଯେ କେବଳ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁଁ ହୃଦ୍‌ଘାତର ଆଶଙ୍କା ଥାଏ। ହେଲେ ଆପଣ କ’ଣ ଜାଣନ୍ତି କି ବ୍ଲଡ ଗ୍ରୁପ୍‌ ବି ହୃଦ୍‌ଘାତର ଅନ୍ୟତମ କାରଣ। ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପର ଲୋକ ହୃଦ୍‌ଘାତର ଶିକାର ହେବାର ଆଶଙ୍କା ଅଧିକ।

ଏକ ଅନ୍ତର୍ଜାତୀୟ ଗବେଷଣାରୁ ଜଣାଯଇଛି ଯେ, ବ୍ଲଡଗ୍ରୁପ୍‌ ଏ ,ବି ,ଓ ଏବି ହେଉଛି ଏଭଳି ତିନିଟି ବ୍ଲଡଗ୍ରୁପ୍‌,ଯେଉଁଥିରେ ହୃଦରୋଗ ହେବାର ଆଶଙ୍କା ସବୁଠାରୁ ଅଧିକ ଥାଏ। ଏହି ଗବେଷଣାରେ ବିଭିନ୍ନ ବ୍ଲଡଗ୍ରୁପ୍‌ର ଲୋକଙ୍କୁ ନିଆଯାଇଥିଲା,ଯେଉଁମାନେ ହୃଦ୍‌ଘାତର ଶିକାର ହୋଇଥିଲେ। ଯେଉଁ ଲୋକଙ୍କର ବ୍ଲଡଗ୍ରୁପ୍‌ ଏ ,ବି ବା ଏବି ,ସେମାନଙ୍କଠାରେ ହୃଦ୍‌ଘାତର ଆଶଙ୍କା ସବୁଠାରୁ ଅଧିକ ବୋଲି କୁହାଯାଉଛି। ଅପରପକ୍ଷରେ ‘ଓ’ ବ୍ଲଡଗ୍ରୁପର ଲୋକଙ୍କଠାରେ ଆଦୌ ହୃଦ୍‌ଘାତର ଆଶଙ୍କା ନଥାଏ। ଏ,ବି,ଏବି ବ୍ଲଡଗ୍ରୁପର ଲୋକଙ୍କଠାରେ ୯୦ ପ୍ରତିଶତ ହୃଦଘାତର ଆଶଙ୍କା ଥାଏ।

ସମ୍ବନ୍ଧିତ ଖବର