କେମିତି ଜାଣିବେ ଆପଣ ଉଚ୍ଚ ରକ୍ତ ଚାପର ଶିକାର ? ଜାଣିଲେ କରିବେ କ’ଣ ?

ଉଚ୍ଚ ରକ୍ତ ଚାପର ଲକ୍ଷଣ: ଦିନ ଦିନ ଧରି ମୁଣ୍ଡ ବିନ୍ଧିବା। ପେଟ ଗୋଳେଇ-ଘାଣ୍ଟି ହେବା ସହ ବାନ୍ତି ଲାଗିବା। ମୁଣ୍ଡ ବୁଲାଇବା। ଆଖିକୁ ଅସ୍ପଷ୍ଟ ଦିଶିବା। ନାକରୁ ରକ୍ତ ପଡ଼ିବା। ଅଣ-ନିଃଶ୍ୱାସୀ ଲାଗିବା। ହୃତ୍‌ପିଣ୍ଡ ଅନିୟମିତ ଭାବେ ସ୍ପନ୍ଦିତ ହେବା।

କାରଣ: ବୟସ ବଢ଼ିବା ସହ ରକ୍ତ ଚାପ ବଢ଼ିବା ସ୍ୱାଭାବିକ। କେତେକଙ୍କ କ୍ଷେତ୍ରରେ ଏହା ଆନୁବଂଶିକ ଓ ଆନୁସଂପ୍ରଦାୟିକ। ତାପମାତ୍ରାରେ ପରିବର୍ତ୍ତନ ବି ଏକ କାରଣ ହୋଇପାରେ। ଓଜନ ବଢ଼ିବା ସହ ମଧ୍ୟ ରକ୍ତ ଚାପ ବଢ଼େ। ଯେଉଁମାନେ ଅତ୍ୟଧିକ ସୁରାପାନ ଓ ଧୂମପାନ କରନ୍ତି, ସେମାନେ ଏହା ଭୋଗିବା ଆଶଙ୍କା ଅଧିକ। ଅଧିକ ଚର୍ବି ଜାତୀୟ ଖାଦ୍ୟ ଓ ଲୁଣ ଉଚ୍ଚ ରକ୍ତ ଚାପ ସୃଷ୍ଟି କରୁଥିବା ପ୍ରମାଣିତ। ଯେଉଁମାନେ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରନ୍ତିନାହିଁ, ସେମାନଙ୍କ କ୍ଷେତ୍ରରେ ଏହା ଦେଖାଯାଏ। ମଧୁମେହ ଓ ସୋରିଆସିସ୍‌ ଭୋଗୁଥିବା ଲୋକଙ୍କ କ୍ଷେତ୍ରରେ ଏହା ସାଧାରଣ। କେତେକ ଔଷଧ ମଧ୍ୟ ରକ୍ତ ଚାପ ବଢ଼ାଏ।

ଚିକିତ୍ସା: ସଂଦେହ ହେଲେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାନ୍ତୁ। ଯଦି ଅତି ଉଚ୍ଚ ରକ୍ତ ଚାପ ଭୋଗୁଥିବେ କାର୍ଡିଓଲୋଜିଷ୍ଟ୍‍ ବା ହୃଦ୍‌-ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ। ରୋଗୀଙ୍କ ଅବସ୍ଥାକୁ ନେଇ ଚିକିତ୍ସା କରାଯାଏ। ଆଉ ସାଧାରଣ ଭାବେ ସମସ୍ତେ ଏଥି ପ୍ରତି ସଚେତନ ରହିବା ଉଚିତ। ଯେଉଁସବୁ କାରଣରୁ ଏହା ହୁଏ, ସେଥି ପ୍ରତି ସତର୍କ ରହିବା ଉଚିତ। ଅବହେଳା ମାରାତ୍ମକ ହୋଇପାରେ।

ସମ୍ବନ୍ଧିତ ଖବର