ଶରୀରର ବିଭିନ୍ନ ସ୍ଥାନରେ ହେଉଥିବା ବିନ୍ଧା ବା ଯନ୍ତ୍ରଣା ମାନସିକ କାରଣରୁ ମଧ୍ୟ ହୋଇଥାଏ ଓ ଏହା ଆପଣଙ୍କ ସାମଗ୍ରିକ ସ୍ଥିତିକୁ ସୂଚାଇ ଥାଏ। ତେବେ ଜାଣନ୍ତୁ କେଉଁ ସ୍ଥାନରେ ଯନ୍ତ୍ରଣା ହେଲେ ତା’ର କାରଣ କ’ଣ ହୋଇଥାଏ।

Advertisment
publive-image
publive-image
ବେକ ବିନ୍ଧା: ବେକରେ ହେଉଥିବା ବିନ୍ଧା ଏକ ଚିନ୍ତା ଜନିତ ରୋଗ । ସାଧାରଣତଃ ଆର୍ଥିକ ସମସ୍ୟା, ସଂପର୍କକୁ ନେଇ ସମସ୍ୟା ଏବଂ ଦୁଃଖ ଓ ଅବସାଦରେ ରହିବା ଯୋଗୁଁ ଏହି ଯନ୍ତ୍ରଣା ହୋଇଥାଏ।
publive-image
ପେଟ ବିନ୍ଧା: ସାଧାରଣତଃ ଆମେ ମନରେ ଭୟ, ଚିନ୍ତା, ବିବ୍ରତବୋଧ ଥିଲେ ଏହା ଆମର ପାକସ୍ଥଳୀ ଉପରେ ପ୍ରଭାବ ପକାଏ । ଫଳରେ ଆମେ ପେଟରେ ଯନ୍ତ୍ରଣା ଅନୁଭବ କରୁ ।
publive-image
ହାତ ବିନ୍ଧା: କହୁଣି କିମ୍ବା ହାତରେ ହେଉଥିବା ଯନ୍ତ୍ରଣା ସୂଚାଇ ଥାଏ କି ଆପଣ ଏକାକୀତ୍ୱବୋଧର ଶିକାର କିମ୍ବା ଆପଣ କାହା ଦ୍ୱାରା ଅଟକବନ୍ଦୀ ରହିଛନ୍ତି।
publive-image
ଆଣ୍ଠୁ ବିନ୍ଧା: ଆଣ୍ଠୁ ସହିତ ମସ୍ତିଷ୍କର ସଂଯୋଗ ହୋଇଥାଏ । ତେଣୁ ଭୟ, ଚିନ୍ତା, ଅବସାଦଗ୍ରସ୍ତତା ଭିତରେ ଥିଲେ ଏହା ଆଣ୍ଠୁ ଏପରେ ପ୍ରଭାବ ପକେଇଥାଏ ଓ ଆଣ୍ଠୁରେ ଯନ୍ତ୍ରଣା ହୋଇଥାଏ।
publive-image
ପିଠି ବିନ୍ଧା: ପିଠି କିମ୍ବା ମେରୁଦଣ୍ଡରେ ହେଉଥିବା ଯନ୍ତ୍ରଣା ମାନସିକ ଚାପ ଓ ଉତ୍କଣ୍ଠା ଲାଗି ହୋଇଥାଏ । ଜଣେ ମାନସିକ ଚାପ ଓ ଉତ୍କଣ୍ଠା ଭିତରେ ରହିଲେ ପିଠିରେ ଯନ୍ତ୍ରଣା ହୋଇଥାଏ।
publive-image
କାନ୍ଧ ବିନ୍ଧା: କୁହାଯାଏ କି ପୃଥିବୀ ର ସବୁ ଭାର କାନ୍ଧ ନେଇଥାଏ । ଏକଥା ସତ ସେ କାନ୍ଧ ଉପରେ ବହୁତ ଚାପ ପଡ଼ିିଥାଏ । ତେଣୁ ମାନସିକ ସ୍ତରରେ ଜଣେ ଭାରାକ୍ରାନ୍ତ ଥିଲେ ତାର କାନ୍ଧରେ ଯନ୍ତ୍ରଣା ଅନୂଭୂତ ହୋଇଥାଏ।
publive-image
ଅଣ୍ଟା ବିନ୍ଧା: ଆମ ଶରୀରର ଅନେକ ସ୍ନାୟୁ ଅଣ୍ଟାରେ ସଂଯୋଗ ଥାଏ । ତେଣୁ ମାନସିକ ଚାପର ଶିକାର ହେଲେ ଅଣ୍ଟା ଅଞ୍ଚଳରେ ଯନ୍ତ୍ରଣା ସୃଷ୍ଟି କରିଥାଏ।
publive-image
ମୁଣ୍ଡ ବିନ୍ଧା: ମୁଣ୍ଡ ବିନ୍ଧିବା ମଧ୍ୟ ମାନସିକ କାରଣରୁ ହୋଇଥାଏ। ଜଣେ ଦୁଃଖିତ ରହିଲେ,ଚିନ୍ତାରେ ଘାଣ୍ଟି ହେଲେ ଓ ଅବସାଦଗ୍ରସ୍ତତାର ଶିକାର ହେଲେ ମୁଣ୍ଡବିନ୍ଧାର କବଳିତ ହୋଇଥାଏ।