ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ହେତୁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ନୁହଁନ୍ତି, ଅଳ୍ପ ବୟସର ପିଲାଙ୍କ ଭିତରେ ବି ଏହି ସମସ୍ୟା ଦେଖା ଦେଲାଣି। ଏହା କୌଣସି ପ୍ରକାରର ରୋଗ ନୁହେଁ। ତେଣୁ, ଆୟତ୍ତ ବାହାରର ଯନ୍ତ୍ରଣା ନହେଲେ ଔଷଧଠାରୁ ନିଜ ଶରୀରକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ତେବେ ଚାଲନ୍ତୁ ଜାଣିବା ବିନା ଔଷଧ ଖାଇ କିପରି ଭାବେ ଦେହ ଘୋଳାବିନ୍ଧାକୁ ଦୂରେଇ ହେବ।
: ନିଜର ଦେହର ପୀଡ଼ା ମାରିବା ପାଇଁ ନାଲି ଚା’ ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣ ସେହି ନାଲି ଚା’ରେ ଗୋଲମରିଚ ଓ ଅଦା ପକାଇ ପିଅନ୍ତୁ। ଦେଖିବେ ଆପଣ ଏହାକୁ ପିଇବା ପରେ ଆପଣଙ୍କ ଶରୀରର ପୀଡ଼ା କୁଆଡ଼େ ଦୂରେଇ ଯିବ।
: ଆପଣ ଷ୍ଟିମ୍ ନେଇ କରି ମଧ୍ୟ ନିଜ ଶରୀରର ପୀଡ଼ା ଦୂର କରିପାରିବେ। ଗରମ ପାଣି କରି ସେଥିରେ କିଛି ମେଥୋ ବାମ୍ ମିଶ୍ରଣ କରନ୍ତୁ। ସେହି ମେଥୋ ବାମ୍ ପଡ଼ିଥିବା ଗରମ ପାଣି ସାମ୍ନାରେ ମୁହଁ ରଖି ଜୋର୍ ଜୋର୍ ନିଶ୍ୱାସ ନିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଉପଶମ ମିଳିବ।
: ଏହା ବ୍ୟତୀତ ଆଜିକାଲି ବଜାରରେ ଇଲେକ୍ଟ୍ରିକ୍ ମସାଜର୍ ମିଳୁଛି। ବିନା କାହାକୁ ମୋଡ଼ାଘଷା କରିବାକୁ କହି ଆପଣ ତାହାର ମଜା ନେଇପାରିବେ। ସେହି ମସାଜର ଜରିଆରେ ଆପଣ ନିଜର ହାତ ପାଉଥିବା ପର୍ଯ୍ୟନ୍ତ ନିଜ ଶରୀରର ଅଙ୍ଗରେ ବୁଲାଇ ଉପଶମ ପାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Untitled-57.jpg)