ଆଜିକାଲି ଅନେକ ଲୋକ ଫିଟନେସଲାଗି ମସାଜ୍ ବା ମାଲିସ୍ର ସହାୟତାନେଇଥାନ୍ତି। ଏବେ ଜାଣିବାକୁ ପଡ଼ିବ କେଉଁ ସମୟରେ ଏବଂ କିଭଳି ମାଲିସ୍ କରିବା ଠିକ୍। ପ୍ରଥମ କଥା ହେଲ ।ମାଲିସ୍ କରିବାପାଇଁ ସକାଳ ସମୟ ସବୁଠାରୁ ଭଲ । ଯେଉଁ ଘରେ ମାଲିସ୍ କରିବେ, ତାହା ଖୋଲାଥିବ ଓ ଉନ୍ମୁକ୍ତ ପବନ ଆତଯାତ କରୁଥିବ ଏବଂ ଶାନ୍ତ ପରିବେଶ ସେଠାରେ ଥିବ । ମାଲିସ୍ ପାଇଁ ସୋରିଷ, ରାଶି ବା ନଡ଼ିଆ ତେଲର ଉପଯୋଗ କରିବା ଆବଶ୍ୟକ ।ସର୍ବଦା ମନେ ରଖନ୍ତୁ , ମାଲିସ୍ କରିବା ସମୟରେ ହାତର ଗତି ସବୁବେଳେ ହୃଦୟ ଆଡୁ ହେଉଥିବ ।
/sambad/media/post_attachments/wp-content/uploads/2018/02/body-massage-grouponcdn.com_-300x180.jpg)
ଖାଦ୍ୟଗ୍ରହଣ କରିବାର ତୁରନ୍ତ ପରେ ମାଲିସ୍ କରିବା ଉଚିତ୍ ନୁହେଁ ।ଗର୍ଭବତୀ ମହିଳାଙ୍କର ପେଟ କିମ୍ବା ପାଦ ମାଲିସ୍ କରିବା ଉଚିତ୍ ନୁହେଁ ।
ସାଧାରଣତଃ ମାଲିସ ପାଦରୁ ମୁଣ୍ଡ ଆଡକୁ କରାଯାଇଥାଏ ।ମାଲିସ୍ ଘରେ ଅଳ୍ପ ସମୟ ପାଇଁ ଖରାରେ ବସିବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ।
ମାଲିସ ହେବାପରେ ଅଳ୍ପ ଉଷୁମ ପାଣିରେ ସ୍ନାନ କରିବା ଉଚିତ । ଏହା ଦ୍ୱାରା ତେଲର ଚିକ୍କଣିଆ ଅଂଶ ଚାଲିଯାଏ । ତା’ପରେ ତଉଲିଆରେ ରଗଡ଼ି କରି ଶରୀରକୁ ପୋଛନ୍ତୁ । ଏହା ଦ୍ୱାରା ରୋମ ଖୋଲିଯାଏ ।