ଦିନ ଭିତରୁ ଏହି ଗୋଟାଏ ମୁହୂର୍ତ୍ତରେ ପାଟିରୁ ବାହାରୁଥିବା କଥା ନିଶ୍ଚୟ ସତ ହୋଇଥାଏ

ଆପଣ ଅନୁମାନ କରିଥିବେ ଯେ ଅଧିକାଂଶ ସମୟରେ ପାଟିରୁ କିଛି ଖରାପ ବା ଅଶୁଭ କଥା ବାହାରି ଗଲେ ଗୁରୁଜନମାନେ ଆମକୁ ବାରଣ କରିଥାନ୍ତି। କିଛି ଅଶୁଭ କଥା ନ କହିବାକୁ ପରାମର୍ଶ ଦେଇଥାନ୍ତି। ଆପଣ ଅଧିକାଂଶ ସମୟରେ ଜାଣିଥିବେ ମଧ୍ୟ ଯେ ବେଳେ ବେଳେ ପାଟିରୁ ବାହାରୁଥିବା କଥା ସତ ବି ହୋଇଥାଏ। ସେପରି କାହିଁକ ହୋଇଥାଏ ଆପଣ ଜାଣନ୍ତି? ତାହା ପଛରେ ଲୁଚିଥିବା କାରଣ ଆଜି ଆମେ ଆପଣଙ୍କୁ ଜଣାଇବୁ।

ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ମଣିଷର ଭଲ ମନ୍ଦ ବୁଝିବା ପାଇଁ ଈଶ୍ୱର ଦିନକୁ କିଛି କ୍ଷଣ ପାଇଁ ପ୍ରତ୍ୟେକ ମଣିଷ ନିକଟକୁ ଆସନ୍ତି। ସେ କ୍ଷଣ କେତେବେଳେ ବି ହୋଇପାରେ। ସେ ମୁହୂର୍ତ୍ତକୁ କୁହାଯାଏ ‘ବ୍ରହ୍ମ ମୁହୂର୍ତ୍ତ’। ଏହି ମୁହୂର୍ତ୍ତରେ ବ୍ୟକ୍ତି ମୁହଁରୁ ଯାହା ବାହାରେ ତାହା ସତ ହୋଇଥାଏ। ଏହି ମୁହୂର୍ତ୍ତ ଦିନକୁ ଥରେ ମାତ୍ର ଆସେ। ଗୋଟାଏ କ୍ଷଣ ପାଇଁ ଆସେ। ତାହା ରାତିରେ ହୋଇପାରେ, ଖଳାବେଳେ ହୋଇପାରେ କି ସକାଳେ ମଧ୍ୟ ହୋଇପାରେ। ସେ ମୁହୂର୍ତ୍ତରେ ବ୍ୟକ୍ତି ମୁଖରୁ ବାହାରୁଥିବା କଥାକୁ ଭଗବାନ ତଥାସ୍ତୁ କରିଥାନ୍ତି। ଭଲ ବାହାରିଥିଲେ ଭଲ ହୋଇଥାଏ ଏବଂ ମନ୍ଦ ବାହାରିଥିଲେ ମନ୍ଦ ହୋଇଥାଏ। ସେଥିପାଇଁ କୁହାଯାଇଛି ସେ ସବୁବେଳେ ଭଲ କଥା କହିବାକୁ ଚେଷ୍ଟା କରନ୍ତୁ। କିଏ ଜାଣେ, କେଉଁ ସମୟ ଆପଣଙ୍କ ବ୍ରହ୍ମ ମୁହୂର୍ତ୍ତ ହୋଇଥି!

ସମ୍ବନ୍ଧିତ ଖବର