ନୂଆଦିଲ୍ଲୀ: ମାନବ ମସ୍ତିଷ୍କ ହେଉଛି ନ୍ୟୁରନ୍ ଏବଂ ସିନେପ୍ସର ଏକ ଜଟିଳ ନେଟୱାର୍କ ଯାହା ଅନୁଭୂତି ଏବଂ ଶିକ୍ଷଣର ପ୍ରତିକ୍ରିୟାରେ କ୍ରମାଗତ ଭାବରେ ଅନୁକୁଳିତ ଏବଂ ପୁନଃସଂଗଠିତ ହୁଏ | ସ୍ନାୟୁ ବିଜ୍ଞାନରେ ଏକ ପୁରାତନ କଥା ଅଛି: "ନ୍ୟୁରନ୍ ଦ୍ୟାଟ୍ ଫାୟାର ଟୁଗେଦର ୱେର ଟୁଗେଦର" ଏହାର ଅର୍ଥ ହେଉଛି ଯେ ତୁମେ ଯେତେ ଅଧିକ ନିଜ ମସ୍ତିଷ୍କରେ ଏକ ନ୍ୟୁରୋ-ସର୍କିଟ୍ ସକ୍ରିୟ କରିବ, ସର୍କିଟ ସେତେ ଶକ୍ତିଶାଳୀ ହେବ। ଯାହାକି ଏହି ଧାରଣାକୁ ଭିତ୍ତି କରେ ଯେ ନିର୍ଦ୍ଦିଷ୍ଟ ସ୍ନାୟୁ ସର୍କିଟଗୁଡିକର ବାରମ୍ବାର ସକ୍ରିୟତା ସେମାନଙ୍କୁ ସମୟ ସହିତ ଶକ୍ତିଶାଳୀ କରିଥାଏ। ଏହାକୁ "ସିନେପ୍ଟିକ୍ ପ୍ରୁନିଙ୍ଗ" କୁହାଯାଇଥାଏ। ଏହା ଦ୍ବାରା ମସ୍ତିଷ୍କ ନିଜକୁ ସଫା କରିଥାଏ।
କଳ୍ପନା କରିବାକୁ ହେବ ମଣିଷ ର ମସ୍ତିଷ୍କ ଏକ ବଗିଚା, ଫୁଲ, ଫଳ ଏବଂ ପନିପରିବା ବଢ଼ିବା ପରି ନ୍ୟୁରନ୍ ମଧ୍ୟରେ ସିନେପ୍ଟିକ୍ ସଂଯୋଗ ବିକାଶ ହୋଇଥାଏ। ଏହା ଡୋପାମାଇନ୍, ସେରୋଟୋନିନ୍ ଏବଂ ଅନ୍ୟାନ୍ୟ ନ୍ୟୁରୋଟ୍ରାନ୍ସମିଟର ସହିତ ସଂଯୋଗ ହୋଇଥାଏ। ମସ୍ତିଷ୍କରେ ଥିବା “ଗ୍ଲିଆଲ୍ କୋଷିକା” ବଗିଚାର ମାଳି ଭଳି।ଏହା ନିର୍ଦ୍ଦିଷ୍ଟ ନ୍ୟୁରନ୍ ମଧ୍ୟରେ ସଙ୍କେତକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟ କରିଥାଏ। ଗ୍ଲିଆଲ୍ କୋଷଗୁଡ଼ିକରୁ ବର୍ଜ୍ୟବସ୍ତୁ ଅପସାରଣ କରିଥାଏ। କେଉଁ ଜିନିଷଗୁଡିକ ଅପସାରଣ କରାଯିବା ଆବଶ୍ୟକ ତାହା ମସ୍ତିଷ୍କ କିପରି ନିର୍ଣ୍ଣୟ କରେ ସେ ସମ୍ବନ୍ଧରେ ଅନୁସନ୍ଧାନ ଜାରି ରହିଛି।
ମସ୍ତିଷ୍କକୁ ଛେଦନ କରୁଥିବା କୋଷକୁ “ମାଇକ୍ରୋଗ୍ଲିୟଲ୍ କୋଷ” କୁହାଯାଇଥାଏ। ଏହା ସିନେପ୍ଟିକ୍ ସଂଯୋଗଗୁଡ଼ିକୁ ଛେଦନ କରେ। ଏହି “ମାଇକ୍ରୋଗ୍ଲିୟଲ୍ କୋଷଗୁଡ଼ିକ” ହେଉଛି ମସ୍ତିଷ୍କର ଡିଲିଟ୍ ବଟନ୍, ଯାହା ମଣିଷର ଖରାପ ସ୍ମୃତିକୁ ହଟାଇ ଥାଏ । ଏହି ଉପାୟରେ ମଣିଷର ମନ କିଛି ନୂଆ ଶିଖିବା ପାଇଁ ସ୍ଥାନ ସୃଷ୍ଟି କରେ ଯାହା ଦ୍ବାରା ମଣିଷ ଅଧିକ ଜାଣିପାରିଥାଏ।
ଏନେଇ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମଣିଷ କିଛି ନୂଆ ଶିଖେ, କିଛି ସମୟ ପରେ ଅନୁଭବ କରିଥାଏ ମନ ବର୍ତ୍ତମାନ ଭରିଯାଇଛି। ମସ୍ତିଷ୍କ ଏହାଠାରୁ ଅଧିକ କାର୍ଯ୍ୟ କରିବାକୁ ସମର୍ଥ ହୋଇ ନ ଥାଏ। ତେଣୁ ଯେତେବେଳେ ତୁମେ କିଛି ନୂଆ ଶିଖିବ ଏବଂ ତୁମର ମସ୍ତିଷ୍କ ଭରିଯାଏ, ମସ୍ତିଷ୍କର “ମାଇକ୍ରୋଗ୍ଲିୟଲ୍ କୋଷ” ନୂଆ ନୂଆ ସ୍ମୃତି ସୃଷ୍ଟି କରେ। ତେଣୁ ବିଶ୍ରାମ ଆବଶ୍ୟକ। ଯେତେବେଳେ ମଣିଷ ଶୋଇଥାଏ, ମସ୍ତିଷ୍କ ନିଜକୁ ସଫା କରେ, ସେଥିପାଇଁ ଏକ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଶୋଇବା ସମୟରେ ମନ ସଫା ହୋଇଯାଇଥାଏ । ଶୋଇବା ସମୟରେ ମସ୍ତିଷ୍କ କୋଷଗୁଡ଼ିକ ୬୦ ପ୍ରତିଶତ ହ୍ରାସ ପାଇଥାଏ। ସିନେପ୍ସକୁ ଛେଦନ ହୋଇଥାଏ। ସାଧାରଣତଃ ଭଲ ନିଦ ପରେ ମସ୍ତିଷ୍କ ସ୍ପଷ୍ଟ ଭାବରେ ଚିନ୍ତା କରିବାକୁ ସମର୍ଥ ହୋଇଥାଏ। କ୍ଷମତା ବଢ଼ାଇବା ପାଇଁ କାର୍ଯ୍ୟ ମଧ୍ୟରେ ସ୍ୱଳ୍ପ ସମୟର ନିଦକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥାଏ । ୧୦ କିମ୍ବା ୨୦ମିନିଟର ଶୋଇବା ଦ୍ବାରା ମାଇକ୍ରୋଗ୍ଲିୟଲ୍ ଅବ୍ୟବହୃତ ସଂଯୋଗଗୁଡ଼ିକୁ ସଫା କରି ନୂତନ ସ୍ଥାନ ସୃଷ୍ଟି କରେ।
କିଛି ଖରାପ ସମୃତିକୁ ହଟାଇ ଦିଆଯାଇଥାଏ। ଏହା ଦ୍ବାରା ତିକ୍ତ ସ୍ମୃତି ଭୁଲି ହୋଇ ପାରିଥାଏ କିମ୍ବା ଏପରି ସ୍ଥିତିରେ ପହଞ୍ଚି ହୋଇଥାଏ ଯାହା ଦ୍ବାରା ତିକ୍ତ ସ୍ମୃତି ମଣିଷକୁ ପ୍ରଭାବିତ କରିବା ବନ୍ଦ କରିଥାଏ। ଏଥିପାଇଁ ଭଲ ଶୋଇବା ଏବଂ ନୂତନ ଜିନିଷ ଶିଖିବା ଆବଶ୍ୟ।
ଭଲ ଆଚରଣ ସହିତ ଜଡିତ ସ୍ନାୟୁ ସର୍କିଟ୍କୁ ମଜବୁତ କରିବା ପାଇଁ ଅଭ୍ୟାସ ଆବଶ୍ୟକ। ସିନେପ୍ଟିକ୍ ଛେଦନ ସ୍ନାୟୁଗତ ଉତ୍ସଗୁଡ଼ିକର ଦକ୍ଷ ବଣ୍ଟନକୁ ସୁନିଶ୍ଚିତ କରେ ଏବଂ ଚାଲୁଥିବା ଶିକ୍ଷା ଏବଂ ଆଡାପ୍ଟେସନ୍କୁ ସହଜ କରିଥାଏ ।